କନକ ବ୍ୟୁରୋ : ଦୁର୍ଘଟଣାରେ ଆହତଙ୍କୁ ନିଜ ଗାଡିରେ ଆଣିଲେ ଗଞ୍ଜାମ ଏସପି । ପାକଲାପଲ୍ଲଠାରେ ଭାରସାମ୍ୟ ହରାଇ ବାଇକ୍ରୁ ପଡ଼ିଯାଇଥିଲେ ଜଣେ ଯୁବକ । ଏହି ସମୟରେ ଭଞ୍ଜନଗରରୁ ଫେରୁଥିଲେ ଏସପି । ଆହତ ଅବସ୍ଥାରେ ଯୁବକ ଜଣଙ୍କ ପଡ଼ିଥିବା ଦେଖି ନିଜ ଗାଡିରେ ଆସିକା ମେଡିକାଲ ଆଣିଥିଲେ । ସେଠାରେ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।