ଓଡ଼ିଶାରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ । ଗଂଜାମରୁ ଚାଲାଣ ବେଳେ ୧କୋଟି ୧୪ଲକ୍ଷ ଟଙ୍କାର ଗଂଜେଇ ଜବତ କଲା ସୁରଟ ଗ୍ରାମୀଣ ପୋଲିସ 

Advertisment
ଓଡ଼ିଶାରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ । ଗଂଜାମରୁ ଚାଲାଣ ବେଳେ ୧କୋଟି ୧୪ଲକ୍ଷ ଟଙ୍କାର ଗଂଜେଇ ଜବତ କଲା ସୁରଟ ଗ୍ରାମୀଣ ପୋଲିସ 

କନକ ବ୍ୟୁରୋ: ଗଂଜାମରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ ।  ଓଡ଼ିଶାରୁ ଗଂଜେଇ ଚୋରା ଚାଲାଣ ବେଳେ ଧରିଛି ଗୁଜରାଟ ପୋଲିସ । ଗଂଜାମରୁ ଏହି ଗଂଜେଇ ସୁରଟ ଚାଲାଣ ହେଉଥିବା ବେଳେ ସେଠାକାର ଗ୍ରାମୀଣ ପୋଲିସ ହାତରେ ଧରାପଡିଛି । ୩୨ଟି ବସ୍ତାରେ ଭର୍ତି ହୋଇଥିବା ଏହି ଗଂଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା ।

ଗଂଜାମ କେନ୍ଦୁପଦର ଅଂଚଳର ବିକାଶ ଗୌଡ ନାମକ ଜଣେ ୧୯ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ଅନ୍ୟ ୩ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏମାନେ ମଧ୍ୟ ଗଂଜାମ କୋଦଳା ଅଂଚଳର ବାବୁ ନାହାକ, ବିକ୍ରମ ପରିଡା ଓ ଶିବରାମ ନାହାକ ବୋଲି ଜଣାପଡିଛି । ଗଂଜେଇ ମାଫିଆଙ୍କ ନିକଟରୁ ପୋଲିସ ମୋବାଇଲ ଫୋନ, ୭ହଜାର ୫ଶହ ନଗଦ ଟଙ୍କା ଓ ସୁଜୁକି ବାଇକ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe