କନକ ବ୍ୟୁରୋ: ଗଂଜାମରୁ ଗୁଜରାଟ ଗଂଜେଇ ଚୋରା ଚାଲାଣ । ଓଡ଼ିଶାରୁ ଗଂଜେଇ ଚୋରା ଚାଲାଣ ବେଳେ ଧରିଛି ଗୁଜରାଟ ପୋଲିସ । ଗଂଜାମରୁ ଏହି ଗଂଜେଇ ସୁରଟ ଚାଲାଣ ହେଉଥିବା ବେଳେ ସେଠାକାର ଗ୍ରାମୀଣ ପୋଲିସ ହାତରେ ଧରାପଡିଛି । ୩୨ଟି ବସ୍ତାରେ ଭର୍ତି ହୋଇଥିବା ଏହି ଗଂଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା ।
ଗଂଜାମ କେନ୍ଦୁପଦର ଅଂଚଳର ବିକାଶ ଗୌଡ ନାମକ ଜଣେ ୧୯ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ଅନ୍ୟ ୩ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏମାନେ ମଧ୍ୟ ଗଂଜାମ କୋଦଳା ଅଂଚଳର ବାବୁ ନାହାକ, ବିକ୍ରମ ପରିଡା ଓ ଶିବରାମ ନାହାକ ବୋଲି ଜଣାପଡିଛି । ଗଂଜେଇ ମାଫିଆଙ୍କ ନିକଟରୁ ପୋଲିସ ମୋବାଇଲ ଫୋନ, ୭ହଜାର ୫ଶହ ନଗଦ ଟଙ୍କା ଓ ସୁଜୁକି ବାଇକ ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/1-25.jpg)