କନକ ବ୍ୟୁରୋ: ପଡିଶା ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଞ୍ଜେଇ । ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରରେ କଡା କଡି ଧରପଗଡ ଓ ଅପରେସନ ପରିବର୍ତ୍ତନ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ପ୍ରକାର କମି ଆସୁଥିବା ନେଇ ଆନ୍ଧ୍ର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି ।
ଓଡିଶାର ଗଞ୍ଜେଇ ମାଫିଆ ମାନେ ଆନ୍ଧ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସହ ଆନ୍ଧ୍ରରେ ଧରା ପଡୁଥିବା ୮୦ ଭାଗ ଗଞ୍ଜେଇ ଓଡିଶାର ବୋଲି ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛି ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲା ପୁଲିସ । ତେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷ ତମାମ ଧରପଗଡ ଓ ଗିରଫଦାରୀ ସତ୍ୱେ କାହିଁକି ସୀମା ଡେଇଁ ଆନ୍ଧ୍ର ଖସି ପଳାଇବାରେ ସଫଳ ହୋଉଛନ୍ତି ଗଞ୍ଜେଇ ମାଫିଆ, ତାହା କୁ ନେଇ ପ୍ରଶ୍ନ ଉଠିଛି ।