କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା : ପୋଲିସ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର

158

କନକ ବ୍ୟୁରୋ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ ପୋଲିସ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର । ଫେରାରର ସତ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫୋର କରାଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଏସଟିଏଫର ଦାୟିତ୍ୱ କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିବା । ଏଠି ଏସଟିଏଫ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ଏସଟିଏଫ ମୁଖ୍ୟ, କଟକ ଡ଼ିସିପି, ଆଇନ ଶୃଂଖଳା ଏଡ଼ିଜି ଓ ପୋଲିସ ଡ଼ିଜି କେବଳ ଲଜ୍ଜା ଜନକ ବିବୃତି ନଦେଇ ନିଜ ଦାୟିତ୍ୱ ସଠିକ ଭାବେ କରନ୍ତୁ ନିଭାନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର । ହାଇଦରକୁ ଖସାଇବା ପାଇଁ ଡ଼ିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା । ସେହି ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ କିଛି ଅଫିସରଙ୍କ ସମ୍ପୃକ୍ତି ରହିଛି ବୋଲି ସେ କହିଛନ୍ତି ।