କନକ ବ୍ୟୁରୋ : ଆଇସିୟୁ ଓ ଭେଂଟିଲେଟର ଯାଂଚ କରିବେ ସ୍ୱତନ୍ତ୍ର ଟିମ୍ । କେଉଁ ମେଡାକାଲରେ କେତେ ଆଇସିୟୁ ଓ ଭେଂଟିଲେଟର ରହିଛି । ସେଠାରେ କେଉଁ ରୋଗୀ ଅଛନ୍ତି । କଟକ ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲର ଆଇସିୟୁ ଓ ଭେଂଟିଲେଟରରେ ସାରଧାରଣ ରୋଗୀ ଅଛନ୍ତି ନା ଭିଭିଆଇପି ବେଡ ମାଡି ବସିଛନ୍ତି ତାର ତଦନ୍ତ କରାଯିବ ।

Advertisment

ଏହାର ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ୪ଟି ଟିମ୍ ଗଠନ କରିଛି । ଏହି ଟିମରେ ଅଛନ୍ତି ୮ ଜଣ ବରିଷ୍ଠ ଡାକ୍ତର । କଟକ ପାଇଁ ଗୋଟିଏ ଟିମରେ ୨ ଜଣ ଡାକ୍ତର ଥିବା ବେଳେ ଭୁବନେଶ୍ୱର ପାଇଁ ଗଠନ ହୋଇଛି ୩ ଟିମ୍ । ଏଥିରେ ୬ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି । ଗୁରୁତର ରୋଗୀଙ୍କ କୋଭିଡ ହସ୍ପିଟାଲର ବେଡ୍ ମିଳୁଛି ନା ନାହିଁ ତାର ମଧ୍ୟ ଅନୁଧ୍ୟାନ କରିବ ଏହି ଟିମ୍ ।