ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଉଦଳା ବନାଂଚଳ ଅଧୀନସ୍ଥ ଅଙ୍ଗାରପଡ଼ା ଗାଁରୁ ହେଲା ଠାବ; ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଧରିଲେ କାରନାମା

Advertisment
ଧରାପଡ଼ିଲା ୪୫ କେଜି ହାତୀଦାନ୍ତ : ଉଦଳା ବନାଂଚଳ ଅଧୀନସ୍ଥ ଅଙ୍ଗାରପଡ଼ା ଗାଁରୁ ହେଲା ଠାବ; ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଧରିଲେ କାରନାମା

କନକ ବ୍ୟୁରୋ : ଧରାପଡ଼ିଲା ପ୍ରାୟ ୪୫ କେଜି ହାତୀଦାନ୍ତ । ଉଦଳା ବନାଂଚଳ ଅଧୀନସ୍ଥ ଅଙ୍ଗାରପଡ଼ା ଗାଁରୁ ୪୫ କେଜି ହାତୀଦାନ୍ତ ଜବତ ହୋଇଛି ।  ଦୁଇଟି ଯାକ ଦାନ୍ତ ଗୋଟିଏ ହାତୀର ବୋଲି ବନବିଭାଗ ପକ୍ଷରୁ ପ୍ରକାଶ । ଗୋଟିଏ ଦାନ୍ତର ଲମ୍ବ ୫ ଫୁଟ ୨ ଇଞ୍ଚ୍‌ ହୋଇଥିବା ବେଳେ ଅନ୍ୟଟି ୫ ଫୁଟ୍‌ ୬ ଇଞ୍ଚ । ଏକକାଳୀନ ଏତେ ଲମ୍ବା ଓ ମୋଟେଇ ଥିବା ହାତୀଦାନ୍ତ ଉଦ୍ଧାର ହେବା ରାଜ୍ୟରେ ଦ୍ବିତୀୟ ବଡ଼ ଘଟଣା ବୋଲି କୁହାଯାଉଛି । ଆଜି ଉଦ୍ଧାର ହୋଇଥିବା ଦାନ୍ତ ପ୍ରାୟ ୨୦-୨୫ ବୟସ୍କ ଦନ୍ତାର ବୋଲି ଜଣାପଡ଼ିଛି। ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ଏଥିରେ ଆହୁରି ଅନେକ ସମ୍ପୃକ୍ତ ଥିବା କୁହାଯାଉଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଉଦଳା ଥାନା ଅଙ୍ଗାରପଦା ଅଞ୍ଚଳର ଫାଗୁ ପ୍ରସାଦ ହାଁସଦା ଓ ଅନନ୍ତପୁର ବଡ଼ଖମାଣ ଅଞ୍ଚଳର ପିଥ ସୋରେନ । ଅଭିଯୁକ୍ତମାନେ ଉକ୍ତ ଦୁଇ ଦାନ୍ତକୁ ୮ ଖଣ୍ଡ କରି କାଟି ମାଟିତଳେ ପୋତି ରଖିଥିଲେ । ଏପଟେ ଗତ ଜାନୁଆରି ମାସ ୬ ତାରିଖରେ କଳମଗଡ଼ିଆ ଜଙ୍ଗଲରେ ଏକ ହାତୀକୁ ମାରି ଏହାର ମୁଣ୍ଡ କାଟିନେବା ସହିତ ଦାନ୍ତ ଲୁଟି ନେଇଥିଲେ ଦୁର୍ବୃତ୍ତ। ଉକ୍ତ ଲୁଟ୍‌ ହାତୀ ଦାନ୍ତକୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ରେଞ୍ଜ୍‌ରୁ ବଛାବଛା ଅଧିକାରୀଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇ ସାରାଜିଲ୍ଲା ଉପରେ ନଜର ରଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe