କନକ ବ୍ୟୁରୋ : ଆଜିଠୁ ଉତକେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ଅର୍ଥାତ୍ କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ । ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ଭୁବନେଶ୍ୱରକୁ ଯାତ୍ରା କରିବ । ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିବେ । ସେହିପରି ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ସେହିପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରଥମ ଯାତ୍ରୀ ଭାବରେ ଭୁବନେଶ୍ୱରରୁ ଉତକେଲା ଆସିବେ । ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାଏକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ବହୁ ପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ୱପ୍ନ ମଧ୍ୟ ପୂରଣ ହେବ । ଆଉ ଏହାକୁ ନେଇ ଜିଲ୍ଲାବାସୀ ବେଶ୍ ଖୁସି ହୋଇଛନ୍ତି । ବର୍ତ୍ତମାନ ଟିକେଟର ମୂଲ୍ୟ ଟ୍ୟାକ୍ସ ସହ ୧ହଜାର ୪୦ ଟଙ୍କା ରହିଛି ।