ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ । ସେପଟେ ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

205
କନକ ବ୍ୟୁରୋ : ଛତିଶଗଡ଼ରେ ବଢ଼ୁଥିବା କରୋନା ସଂକ୍ରମଣ ପଶ୍ଚିମ ଓଡ଼ିଶା ପାଇଁ ଚିନ୍ତା କାରଣ ପାଲଟିଛି । ଆଉ ଏହାରି ଭିତରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନରେ କଣ୍ଟେନମେଣ୍ଟ  ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ନୂଆ ୧୭ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ସତର୍କତାମୂଳପ ପଦକ୍ଷେପ ଭାବେ ଏହି ନିଷ୍ପତି ନେଇଛି ଝାରସୁଗୁଡ଼ା ଜିଳ୍ଲା ପ୍ରଶାସନ ।
ସେପଟେ ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ଆଉ ଓଡ଼ିଶାର ପଶ୍ଚିମାଚଂଳକୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୦ରୁ ସକାଳ ୫ଟା ଯାଏଁ କଟକଣା ଜାରି ରହିବ । ତେବେ ଏହାକୁ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି । ଆଉ ପରବର୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି ଜାରି ରହିବ କଟକଣା ବଳବତର ରହିବ । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସେହିପରି ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ କଟକଣା ଲଗାଯାଇଛି । ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ରହିବ ଏହି କଟକଣା । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ନାହିଁ । ଅଫିସ, ଅନୁଷ୍ଠାନ, ବ୍ୟକ୍ତିଗତ ଯାତାୟତ ଉପରେ କଟକଣା ଲାଗିଛି । ତେବେ ସାଧାରଣ ପରିବହନକୁ ଅନୁମତି ଦିଆଯାଇଛି । ରେଳ ଷ୍ଟେସନ, ଏୟାର ପୋର୍ଟ, ବସ୍ ଷ୍ଟାଣ୍ଡକୁ ଯିବା ଆସିବା ଉପରେ କଟକଣା ନାହିଁ, ଏହିସବୁ ସ୍ଥାନକୁ ଯାତ୍ରୀ ଯା’ଆସ କରିପାରିବେ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମୁନିସିପାଲିଟି କର୍ମଚାରୀ, ପୋଲିସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନାଇଟ କରଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି । ଜରୁରୀକାଳିନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆଂବୁଲାନ୍ସ ସେବା ଜାରି ରହିବ । ବିଜୁଳି , ଅଗ୍ନିଶମ ସେବା, ଟେଲିକମ୍ , ଜଳ ଯୋଗାଣ ଓ ରେଳବାଇ, ବିମାନ ସେବା ଯୋଗାଉଥିବା କର୍ମଚାରୀ ଯାତାୟତ କରିପାରିବେ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ମେଡିକାଲ ଷ୍ଟାଫ୍ , ହୋଟେଲ ଏବଂ ଓୟୋ ଆଦି ସଂସ୍ଥାରେ କାମ କରୁଥିବା କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ । ଡାକ୍ତରଖାନା କିମ୍ବା ଅନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଯାଆସ କରିପାରିବେ । ସମସ୍ତ ଶିଳ୍ପ ସଂସ୍ଥା, ଔଷଧ ଦୋକାନ ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଜାରି ରହିବ । ହୋଟେଲ ଓ ଏସମ୍ପର୍କୀୟ ଅଫିସ କର୍ମଚାରୀଙ୍କୁ କଟକଣାରୁ ବାଦ୍ ଦିଆଯାଇଛି । ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ଢାବାରୁ କେବଳ ପାର୍ସଲ ସେବା ଜାରି ରହିବ । ପେଟ୍ରୋଲ ପମ୍ପ ଏବଂ ସିଏନଜି ଫିଲିଂ ଷ୍ଟେସନ ଖୋଲା ରହିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଚିହ୍ନଟ ସାଂବାଦିକଙ୍କୁ ଅନୁମତି । ଏଲପିଜି ଯୋଗାଣ ଓ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ଜାରି ରହିବ । ଗ୍ରୋସରୀ, ପନିପରିବା, ଅଣ୍ଡା, ମାଛ, ମାଂସ, ରେଷ୍ଟ୍ରୁରାଂଟରୁ ଖାଦ୍ୟ ମଗାଇ ପାରିବେ