ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପ୍ରତିକ୍ରିୟା : କେବଳ କରୋନା ସଂକ୍ରମଣ ହାର କମୁନି, ବରଂ ବର୍ତମାନ ଭାଇରସ ଲୋଡ୍ ବି କମିଛି

178

କନକ ବ୍ୟୁରୋ : କେବଳ କରୋନା ସଂକ୍ରମଣ ହାର କମୁନି, ବରଂ ବର୍ତମାନ ଭାଇରସ ଲୋଡ୍ ବି କମିଛି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । କହିଛନ୍ତି କରାଯାଇଥିବା ପରୀକ୍ଷଣ ଅନୁଯାୟୀ, ଇନଫେକସନର ଭାଇରସ୍ ଲୋଡ୍ କମିଛି । ସିଟିଭ୍ୟାଲୁ ବା କେସ୍ ଲୋଡ୍ ପୂର୍ବରୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା । ଏବେ ଏହା ହାରାହାରି ୨୮ ପାଖାପାଖି ରହୁଛି ।

ଲକଡାଉନର ସୁଫଳ ମିଳିଛି । ଯଦି ସରକାର ଅନଲକ ପ୍ରକ୍ରିୟାକୁ ଯିବେ ତେବେ ଲୋକମାନେ କଟକଣାକୁ ମାନନ୍ତୁ । ନ ଚେତ ପୁଣି ଥରେ ସଂକ୍ରମଣ ବଢ଼ିପାରେ । ଅନ୍ୟ ରାଜ୍ୟରେ ଫେଜ ୱାଇଜ ଲକଡାଉନର କଟକଣା କୋହଳ କରାଯାଇଛି ।ଲୋକମାନେ ଯଦି ସହଯୋଗ କରିବେ ତେବେ କଟକଣାର ଆବଶ୍ୟକ ନାହିଁ । ଯଦି ତୃତୀୟ ଲହର ଆସେ, ଏଥିରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ । କିନ୍ତୁ ଅଠର ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ଜାରି ରହିଥିବାରୁ ଏମାନଙ୍କ ପାଇଁ ବିପଦ କମ ରହିଛି । ଭାଇରସର ମ୍ୟୁଟାଣ୍ଟ ପରିବର୍ତ୍ତନ ହେଉଛି । ଆଗକୁ ବି ପରିବର୍ତ୍ତନ ହୋଇପାରେ । ଆଗରୁ ୧୮ଟି ସଂସ୍ଥା ଜେନମ ସିକୁଏନ୍ସ କରୁଥିଲେ ଯାହା ଏବେ ବୃଦ୍ଧି ପାଇ ୨୮ଟି ଲ୍ୟାବରେ ଜିନମ ସିକୁଏନସି କରାଯାଉଛି । ଆଗକୁ ଭାଇରସର ମ୍ୟୁଟାଡଣ୍ଟ କେମିତି ପରିଵର୍ତନ ହେବ ଓ ଏହାର ପରିବର୍ତିତ ରୂପ କଣ ହେବ ସେ ବିଷୟରେ ଜଣାପଡିବ ।