କଟକ ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେଲା ପ୍ରଥମ ପ୍ଲାଜମା ଥେରାପି : ଅଶ୍ୱିନୀ ଆଇସିୟୁର ରୋଗୀଙ୍କ ଠାରେ କରାଗଲା ପ୍ରୟୋଗ; ୯୦ ଘଂଟା ଧରି ଅନୁଧ୍ୟାନରେ ରଖାଯିବ

173

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟରେ ୪ଟି ଡାକ୍ତରଖାନାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ପ୍ରଥମ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଆଇସିୟୁରେ ଥିବା ଜଣେ କରୋନା ରୋଗୀଙ୍କ ଠାରେ ଏହି ଥେରାପି କରାଯାଇଛି । ତେବେ ଜଣେ ରୋଗୀଙ୍କ ଠାରେ ପ୍ଲାଜମା ଥେରାପି କରାଯିବା ପରେ ୯୦ ଘଂଟା ଯାଏଁ ତାଙ୍କର ଅବସ୍ଥା ଅନୁଧ୍ୟାନ କରିବାକୁ ହେବ । ଏହା ପରେ ହିଁ କୁହାଯାଇପାରିବ ଏହା କେତେଦୂର ସଫଳ ହୋଇପାରିଛି । ସେହିପରି ୪ ଜଣଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଆଣିବା କାମ ଶେଷ ହୋଇଥିବା ସୂଚନା ମିଳିଛି ।

ଗତକାଲି କଟକ ଏସସିବିରେ ଏହା କରାଯାଇଛି । ଏହା ମଧ୍ୟରୁ ଗୋଟିଏ ୟୁନିଟ୍ ବି ପଜିଟିଭ୍ ପ୍ଲାଜମା ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାରେ ଜଣେ ୪୮ ବର୍ଷୀୟ ରୋଗୀଙ୍କ ଠାରେ ବ୍ୟବହାର କରାଯାଇଥିବା ସୂଚନା ମିଳିଛି ।