ଦେଶରେ କରୋନା ସଂକ୍ରମଣକୁ ନେଇ ସୂତ୍ର ମଡେଲର ସାନି ଆକଳନ : ଆଗାମୀ ୨୪ ଘଂଟା ମଧ୍ୟରେ ଶୀର୍ଷ ଛୁଇଁବା ସମ୍ଭାବନା

Advertisment
ଦେଶରେ କରୋନା ସଂକ୍ରମଣକୁ ନେଇ ସୂତ୍ର ମଡେଲର ସାନି ଆକଳନ : ଆଗାମୀ ୨୪ ଘଂଟା ମଧ୍ୟରେ ଶୀର୍ଷ ଛୁଇଁବା ସମ୍ଭାବନା

କନକ ବ୍ୟୁରୋ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କେବେ ଏହା ଶୀର୍ଷକୁ ଛୁଇଁବ, ତାକୁ ନେଇ ସମସ୍ତଙ୍କ ଭିତରେ ଆଶଙ୍କା ରହିଛି । କେବେ ଏହା ପିକ୍ ଛୁଇଁବ ଓ ପୁଣି କମିବା ଆରମ୍ଭ କରିବ ତାକୁ ନେଇ ଉତ୍କଣ୍ଠା । ଏହାରି ଭିତରେ ପୁଣିଥରେ ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ସୂତ୍ର ମଡେଲର କହିବା ହେଲା ଆଗାମୀ ୨୪ ଘଂଟା ମଧ୍ୟରେ ଭାରତରେ କରୋନାର ସଂକ୍ରମଣ ଶୀର୍ଷକୁ ଛୁଇଁବ ।

- ଆଗାମୀ ୨୪ ଘଂଟାରେ ଦେଶରେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି
- ଅର୍ଥାତ କାଲିଠାରୁ ଦେଶରେ କରୋନାର ସଂକ୍ରମଣ ଶୀର୍ଷକୁ ଛୁଇଁବା ଆଶଙ୍କା
- ମେ’ ୪ରୁ ୮ ତାରିଖ ମଧ୍ୟରେ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷରୁ ସାଢେ ୪ ଲକ୍ଷ ରହିବା ନେଇ କରିଥିଲା ପୂର୍ବାନୁମାନ
- ମେ’ ୧୪ରୁ ୧୮ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ଛୁଇଁବା ଆକଳନ
- ଅକ୍ଟୋବର ସୁଦ୍ଧା ଦେଶର ୪୦ ପ୍ରତିଶତଙ୍କ ଟିକାକରଣ ହୋଇପାରିଲେ ଆସିବ ନାହିଁ ତୃତୀୟ ଲହର
- ତେବେ ଟିକାକରଣ ପରେ ମଧ୍ୟ କରୋନା ସତର୍କତା ଗ୍ରହଣ କରିବାକୁ ପଡିବ
- ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲ ଓ ମାଧୁରୀ କାନିତକରଙ୍କ ଆକଳନ
- ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକ ଏମ ବିଦ୍ୟାସାଗରଙ୍କ ଆକଳନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe