କନକ ବ୍ୟୁରୋ : କରୋନା ସ୍ଥିତିକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । କରୋନାରେ କୌଣସି ଶିଶୁଙ୍କ ପିତାମାତା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ, କିମ୍ବା କରୋନା ପିତାମାତା ପ୍ରାଣ ହରାଇଥିବା ଶିଶୁଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଚାଇଲଡ ଲାଇନ ସଂଯୋଜକ, ସ୍ୱେଚ୍ଛାସେବୀଙ୍କ ଜରିଆରେ ନଜର ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ସମ୍ବେଦନଶୀଳ ଅବସ୍ଥାରେ ଥିବା ଶିଶୁଙ୍କୁ ଆବଶ୍ୟକ ହେଲେ ଯେକୌଣସି ମୁହୂର୍ତରେ ଉଦ୍ଧାର କରିବା ପାଇଁ କୁହାଯାଇଛି ।
ବାପା ମାଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହେଲେ କ’ଣ କରିବେ ପିଲା : ଯତ୍ନ ନେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି
/kanak/media/post_attachments/wp-content/uploads/2021/05/uykmjtumj.jpg)