କାଶରୁ ଜଣାପଡିବ କରୋନା । ବିଭିନ୍ନ କାଶ ଉପରେ ଚାଲିଛି ଗବେଷଣା । ନିର୍ଦ୍ଦିଷ୍ଟ ଆପରେ ରୋଗୀ ରେକର୍ଡ କରିବେ କାଶର ସାଉଣ୍ଡ, ଶବ୍ଦରୁ ଜଣାପଡିବ କରୋନା ଆକ୍ରାନ୍ତ କି ନୁହେଁ । ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା ।

1,573

କନକ ବ୍ୟୁରୋ: ସାଧାରଣ କାଶ ଓ କରୋନା କାଶକୁ ନେଇ ଚାଲିଛି ଗବେଷଣା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ନିପି ଓ ଆରଏମଆରସିର ସହଭାଗିତାରେ ଏହି ଗବେଷଣା କରାଯାଉଛି । ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ ମାଧ୍ୟମରେ କାଶର ଅଡିଓକୁ ରେକର୍ଡ କରିବେ ସମ୍ପୃକ୍ତ ରୋଗୀ । ଏହି ରେକର୍ଡ ହୋଇଥିବା କାଶର ଶବ୍ଦକୁ ପରୀକ୍ଷା କରାଯିବ । ଏବଂ କାଶର ଶବ୍ଦରୁ ଜଣାପଡିବ କରୋନା ପଜିଟିଭ ନା ନେଗେଟିଭ ।

ତେବେ ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆରଏମଆରସି ନିର୍ଦ୍ଦେଶିକା । ଟେଷ୍ଟ, ଟ୍ରେସ ଓ ଟ୍ରିଟମେଂଟ ପାଇଁ ରାଜ୍ୟରେ ଅଧିକ ପଜିଟିଭ ବାହାରୁଛି ଏବଂ ପଜିଟିଭ ଅଧିକ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ସଂକ୍ରମଣ ଅଧିକ ବାହାରୁଥିବା କହିଛନ୍ତି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେ ରିପୋର୍ଟ ଆସିବା ପରେ ହିଁ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ଜଣାପଡିବ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା । ତେବେ ପୁରୀରେ କମ୍ୟୁନିଟି ସର୍ଭେ କରାଯାଇଥିଲା ପଜିଟିଭ ସଂଖ୍ୟା କମ ଥିବାରୁ କମ୍ ଆଂଟିବଡି ବାହାରିଛି । ଗଂଜାମରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସେରୋଲଜିକାଲ ସର୍ଭେ ଆରମ୍ଭ ହେବ । ଏହାପରେ ଜଣାପଡିବ ଗଂଜାମରେ ଆଂଟିବଡି ବିକଶିତ ହୋଇଛି କି ନାହିଁ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ।