ଓଡ଼ିଶାର କରୋନା ଯୋଦ୍ଧା: ମହାମାରୀ ମୁକାବିଲା ପାଇଁ ଆଗେଇ ଆସିଲେ ମହିଳା, ମାସ୍କଠୁ ଆରମ୍ଭ କରି ସାନିଟାଇଜ୍ ସବୁଥିରେ ସରକାରଙ୍କୁ କରୁଛନ୍ତି ସହାୟତା ।

Advertisment
ଓଡ଼ିଶାର କରୋନା ଯୋଦ୍ଧା: ମହାମାରୀ ମୁକାବିଲା ପାଇଁ ଆଗେଇ ଆସିଲେ ମହିଳା, ମାସ୍କଠୁ ଆରମ୍ଭ କରି ସାନିଟାଇଜ୍ ସବୁଥିରେ ସରକାରଙ୍କୁ କରୁଛନ୍ତି ସହାୟତା ।

କନକ ବ୍ୟୁରୋ: ଯେତେବେଳେ ବିଶ୍ୱ କରୋନା ଭୂତାଣୁ ସଙ୍କଟ ଦେଇ ଗତିକରୁଛି ସେତେବେଳେ ନାରୀ ଶକ୍ତି ଏହି ସମସ୍ୟାର ସାମ୍ନା କରିବାକୁ ଆଗେଇ ଆସିଛି । କରୋନା ସଙ୍କଟରେ ସୃଷ୍ଟି ଅନ୍ଧକାରମୟ ହୋଇପଡ଼ିଛି ଠିକ୍ ସେତିକିବେଳେ ସେ ଶକ୍ତି ସ୍ୱରୂପିଣୀ ସାଜି ଏହି ସମସ୍ୟାରୁ ବାହାର କରିବାକୁ ଅଣ୍ଟାଭିଡ଼ିଛି । ଏଭଳି କିଛି ନାରୀଶକ୍ତିଙ୍କ ଜ୍ୱଳନ୍ତ ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳିଛି ।

publive-imageବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପପକ୍ଷେପ ନେଉଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସାମାଜିକ ଦୁରତା କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ଲୋକେ ଏହାକୁ ଠିକସେ ପାଳନ କରୁନଥିବାରୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି ସରକାର । ରାଜ୍ୟସରକାରଙ୍କ ତରଫରୁ ଏଭଳି କଟକଣା ଲାଗୁ ହେବା ପରେ ରାଜ୍ୟରେ ମାସ୍କର ଅଭାବକୁ ପୂରଣ କରିବା ପାଇଁ ଏସ୍ଏଚଜି ମହିଳାଙ୍କୁ ମାସ୍କ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ମାଲକାନଗିରି ଜିଲ୍ଲା ଓଏଲଏମ ବା ଓଡିଶା ଜୀବିକା ମିଶନ ଜରିଆରେ ଏସଏଚଡି ମହିଳାମାନେ ଘରେ କୂଟିର ଶିଳ୍ପ ଆରମ୍ଭ କରି ମାସ୍କ ତିଆରି କରୁଥିବା ନଜରକୁ ଆସିଥିଲା ।

ସେହିପରି ବାଲେଶ୍ୱର ରାଣୀପାଟଣାରେ ୩ଜଣ ମହିଳା ମାସ୍କ ତିଆରୀ କରି ଗରିବ ଲୋକଙ୍କୁ ମାଗଣାରେ ବାଂଟୁଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମହାମାରୀର ମୁକାବିଲା ପାଇଁ ମଧ୍ୟ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଥିଲା । ଏହାବାଦ୍ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅର୍ଡାବାହାଲ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ଜିଲ୍ଲା ପ୍ରଶାଶନ ତରଫରୁ ଦୁଇଟି ସଂୟଂ ସହାୟକ ଗୋଷ୍ଠୀର ସିଲେଇ ତାଲିମ ପ୍ରାପ୍ତ ମହିଳା ମାକ୍ସ ତିଆରି କାମରେ ନିୟୋଜିତ ହୋଇ ନିଜେ ସ୍ୱାବଲମ୍ବୀ ହେବା ସହିତ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ।

କେବଳ ମାସ୍କ ତିଆରି କ୍ଷେତ୍ରରେ ମହିଳାମାନେ ଆଗରେ ନାହାନ୍ତିି ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମହିଳା । ଗାଁଠୁ ସହର ଏବଂ ୱାର୍ଡଠୁ ୱାର୍ଡ ବୁଲି ବୁଲି ସ୍ୱଚ୍ଛତା ଅସ୍ତ୍ର ବା ସାନିଟାଇଜକୁ ଗୁରୁତ୍ୱ ଦେଇ ନାରୀଶକ୍ତି ସଫେଇ କରୁଥିବା ଦେଖିବାକୁ ମିଳିଛି । ଆଉ ଏପରି ଆତ୍ମବିଶ୍ୱାସ ଏବଂ ନିଷ୍ଠାପରତା କରୋନା ଯୁଦ୍ଧରେ ବିଜୟ ପାଇଁ ସହାୟକ ହେବ ବୋଲି ବିଶ୍ୱାସ ବଢିଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe