ମହାମାରୀ ମୁକାବିଲାରେ ମାସ୍କ ଅସ୍ତ୍ର । ମୁହଁରେ କାହିଁକି ପିନ୍ଧିବା ମାସ୍କ ? ବାଗଚୀ ବଖାଣିଲେ ମାସ୍କ ପଛର ରହସ୍ୟ

753

କନକ ବ୍ୟୁରୋ: କରୋନା ମୁକାବିଲାର ମୁଖ୍ୟ ଅସ୍ତ୍ର ହେଉଛି ମାସ୍କ । ମୁହଁକୁ କପଡା କିମ୍ବା ମାସ୍କ ଦ୍ୱାରା ଘୋଡାଇଲେ ହିଁ ଜଣେ କରୋନା ଭୂତାଣୁର ମୁକାବିଲା କରି ହେବ । ତେବେ କଣ ପାଇଁ ମୁହଁରେ ମାସ୍କ ଘୋଡାଇବା ବାଧ୍ୟତାମୂଳକ ? ତାର ବଡ ଉଦାହରଣ ଦେଇଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବାଗଚୀଙ୍କ କହିବା ଅନୁସାରେ ବିବିସିର ରିପୋର୍ଟ କହୁଛି କି ଆମେ ଘଣ୍ଟାକୁ ୨୩ ଥର ମୁହଁରେ ହାତ ମାରୁଛେ । ଆପଣାଛାଏଁ ହାତ ମୁହଁ ଉପରକୁ ଅନେକ ଥର ଚାଲିଯାଏ । ତେବେ ରାତି ଦିନ ମିଶାଇ ପ୍ରାୟ ୧୬ ଘଣ୍ଟାରେ ଆମେ ୩୬୮ ଥର ନିଜ ମୁହଁକୁ ସ୍ପର୍ଶ କରୁଛେ । ଯାହା ସଂକ୍ରମଣ ଆଶଙ୍କାକୁ ଅଧିକ ବଢାଇ ଦିଏ । ତେବେ ଏପରି ସ୍ଥଳେ ଆମକୁ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ଅଛି । ମାସ୍କ କିମ୍ବା ରୁମାଲ ବ୍ୟବହାର କଲେ ହିଁ ଆମେ ସଂକ୍ରମଣକୁ ରୋକିପାରିବା ବୋଲି କହିଛନ୍ତି ସୁବ୍ରତ ।

ତେବେ ରାଜ୍ୟରେ ଗତକାଲି ଠାରୁ ମାସ୍କ ବ୍ୟବହାର ନେଇ କଡା କଟକଣା ଲଗାଇଯାଇଛି । ଘରୁ ବାହାରକୁ ବାହାରିବ ମାନେ ମାସ୍କ ପିନ୍ଦିବାକୁ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ କେହି ଘରୁ ପଦାକୁ ଗୋଡ କାଢି ପାରିବେନି । ତେବେ ମାସ୍କ ନପିନ୍ଧି ଯଦି କୌଣସି ଲୋକ ଧରାପଡନ୍ତି ତେବେ ତଣ୍ଡ ଗଣିବେ । ୩ଟି ଭୁଲ କରିବା ପର୍ଯ୍ୟନ୍ତ ୨୦୦ ଟଙ୍କା ଲେଖାଏଁ ଦେବେ ଆଉ ୩ ଥର ପରେ ଯଦି ପୁଣି ଭୁଲ କରନ୍ତି ଆଉ ଅନ୍ୟ ଏକ ମାମଲା ହୁଏ ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ ବୋଲି କାଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।