କିଡନୀ ରୋଗୀଙ୍କ ସମସ୍ୟା ବଢାଇଲା କରୋନା କଟକଣା । କର କ୍ଲିନିକକୁ ଗସ୍ତ ଉପରେ ଲାଗିଛି ରୋକ । କେଉଁଠି କରିବେ ଡାଇଲିସିସ, ଚିନ୍ତାରେ ନିୟମିତ ରୋଗୀ

752

କନକ ବ୍ୟୁରୋ: ତୃତୀୟ କରୋନା ଆକ୍ରାନ୍ତ କର କ୍ଲିନିକ ଯାଇଥିବା ଜଣାପଡିବା ପରେ ଏଠାକୁ ରୋଗୀମାନଙ୍କ ଯିବା ନେଇ ବାରଣ କରାଯାଇଛି । କରୋନା ଭୂତାଣୁର ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ କିଡନୀ ରୋଗୀଙ୍କ ସମସ୍ୟାକୁ ବଢାଇ ଦେଇଛି । ରାଜ୍ୟର ଏକ ପ୍ରମୁଖ ଘରୋଇ ହସ୍ପିଟାଲ କର କ୍ଲିନିକକୁ ପ୍ରାୟ ୩୫ରୁ ୪୦ କିଡନୀ ରୋଗୀ ନିମୟିତ ଡାଇଲିସିସ ପାଇଁ ଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କଟକଣା ଏବେ ସେମାନଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରିଛି ।

ଏବେ ଅବସ୍ଥା ଏମିତି ହୋଇଛି ଯେ, ଏମାନେ ନିୟମିତ କର କ୍ଲିନିକକୁ ଯାଉଥିବାରୁ ଅନ୍ୟ ଘରୋଇ ହସ୍ପିଟାଲ, ଡାଇଲିସିସ କରିବା ପାଇଁ ମନା କରିଦେଇଛନ୍ତି । ପରେ ଏମାନେ କ୍ୟାପିଟାଲ ହସ୍ପିଟାଲକୁ ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଡାଇଲାସିସ ପାଇଁ ଅନୁମତି ମିଳିନାହିଁ । ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପାଇଁ ରୋଗୀମାନେ ଦାବି କରିଛନ୍ତି ।