କ’ଣ ଜାଣିବାକୁ ଚାହୁଁଛି ଓଡ଼ିଶା ? କନକ ନ୍ୟୁଜ ପଚାରିଥିବା ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କହିଲେ, ଯେତିକି ବ୍ୟବହାର୍ଯ୍ୟ ତଥ୍ୟ, ସେତିକି ଜଣାଇ ଦିଆଯିବ ।

କନକ ନ୍ୟୁଜ୍ । ଉଦ୍ଦେଶ୍ୟ ଥିଲା, ରାଜ୍ୟ ସରକାର କେଉଁ ତଥ୍ୟ ଦେବା ଉଚିତ ଏବଂ ଏହା ଓଡ଼ିଶାବାସୀଙ୍କୁ କିଭଳି ସହାୟତା କରିପାରିବ । କାରଣ ପ୍ରକୃତ ତଥ୍ୟ ଲୁଚି ରହିଲେ, ଗୁଜବ ଖେଳିଯିବାର ସମ୍ଭାବନା ଥାଏ ।

1,954

କନକ ବ୍ୟୁରୋ: କରୋନା ସଂପର୍କରେ କ’ଣ ଜାଣିବାକୁ ଚାହୁଁଛି ଓଡ଼ିଶା? ଏ ନେଇ କିଛିି ପ୍ରଶ୍ନ ଉଠାଇଥିଲା କନକ ନ୍ୟୁଜ୍ । ଉଦ୍ଦେଶ୍ୟ ଥିଲା, ରାଜ୍ୟ ସରକାର କେଉଁ ତଥ୍ୟ ଦେବା ଉଚିତ ଏବଂ ଏହା ଓଡ଼ିଶାବାସୀଙ୍କୁ କିଭଳି ସହାୟତା କରିପାରିବ । କାରଣ ପ୍ରକୃତ ତଥ୍ୟ ଲୁଚି ରହିଲେ, ଗୁଜବ ଖେଳିଯିବାର ସମ୍ଭାବନା ଥାଏ । ଆଜି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ପଢ଼ନ୍ତୁ କ’ଣ ପ୍ରଶ୍ନ କରିଥିଲା କନକ ନ୍ୟୁଜ

– ଆକ୍ରାନ୍ତ କିଏ, କେଉଁ ସ୍ଥାନକୁ ଯାଇଛନ୍ତି, ସେହି ଅଂଚଳରେ କଣ ପଦକ୍ଷେପ?
– ଆକ୍ରାନ୍ତ ଲୋକ କେଉଁଠାରୁ ସଂକ୍ରମିତ ହୋଇ ଆସିଛନ୍ତି କି?
– ସୂର୍ଯ୍ୟନଗର ଭଳି ଆକ୍ରାନ୍ତଙ୍କ ପରିଚୟ ସାମ୍ନାକୁ ଆଣିବା ଦରକାର କି?
– କଂଟାକ୍ଟ ଟ୍ରେସିଂ ସହଜ କରିବାକୁ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ଉଚିତ କି ନୁହେଁ?
– କେଉଁ ସ୍ଥାନକୁ ଯିବା ଅନୁଚିତ, ସେନେଇ ନିର୍ଦ୍ଦିଷ୍ଟ ସୂଚନା ଜାରି ହେବା ଉଚିତ କି?
– ଭୁବନେଶ୍ୱରରେ ଚିହ୍ନଟ ସମସ୍ତ ୩୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ରହିଛି କି?
– ସତ୍ୟନଗରରେ ଚିହ୍ନଟ ୪ ଜଣଙ୍କ ବାବଦରେ କେବେ ମିଳିଲା ତଥ୍ୟ?
– ପୂର୍ବରୁ ଚିହ୍ନଟ ହୋଇଥିଲେ ବି ସିଲ୍ କରିବା ନେଇ ନିଷ୍ପତ୍ତି ବିଳମ୍ବିତ ହେଲା କି?
– ୟୁନିଟ-୫ ଅଂଚଳରେ କେବେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ?
– ଅଧିକରୁ ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ କଣ ନିଆଯାଉଛି ପଦକ୍ଷେପ?
– ବହୁ ସଂଖ୍ୟାରେ ଟେଷ୍ଟ କଣ ପାଇଁ କରାଯାଉନାହିଁ, ଏଥିରେ ବାଧା କଣ ରହିଛି?
– ରାଜ୍ୟ, ଦେଶ ବାହାରୁ ଆସିଥିବା ସବୁ ଲୋକଙ୍କ ଉପରେ ସରକାରଙ୍କ ନଜର ଅଛି?
– ଘରୋଇ ହସ୍ପିଟାଲ ଗୁଡିକରେ ନମୁନା ପରୀକ୍ଷାର ସ୍ଥିତି କଣ?

ତେବେ କ୍ରିକେଟ୍ ବିବରଣୀ ଭଳି ପ୍ରତି ବଲ୍ର ହିସାବ ଦେଇ ହେବନାହିଁ ବୋଲି କହିଛନ୍ତି ସୁବ୍ରତ ବାଗ୍ଚୀ । ଆଉ ମଧ୍ୟ ସେ କହିଛନ୍ତି, ଯାହା ବ୍ୟବହାର୍ଯ୍ୟ ତଥ୍ୟ, ତାହା ପ୍ରକାଶ କରାଯିବ ।

ପ୍ରକୃତରେ ବର୍ତମାନର ପରିସ୍ଥିତି, ଏକ ସାଧାରଣ ପରିସ୍ଥିତି ନୁହେଁ । ତେଣୁ କେଉଁ ସୂଚନା କେତେ ମାତ୍ରାରେ ଜନସାଧାରଣଙ୍କୁ ଦିଆଯିବାର ଆବଶ୍ୟକତା ରହିଛି, ତାହା ବିଚାରଯୋଗ୍ୟ । ଅବଶ୍ୟ ଶୁକ୍ରବାର ଦିନ ଏ ନେଇ ଦ୍ୱନ୍ଦ୍ୱ ଦୂର କରିବେ ବୋଲି କହିଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ।କରୋନା ଭଳି ବଡ଼ ବିପଦ ସମାଜ ଆଗରେ ଛିଡ଼ା ହୋଇଛି । ସରକାରଙ୍କ ସମସ୍ତ ନିଷ୍ପତି ଓ ପଦକ୍ଷେପକୁ ଗଣମାଧ୍ୟମ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରି ଜନ ସଚେତନତା ସୃଷ୍ଟି କରୁଛି । ଏହି କଠିନ ପରିସ୍ଥିତିର ମୁକାବିଲାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଆଉ ଏଥିରେ ସମସ୍ତଙ୍କ ସହଯୋଗ ଜରୁରୀ ହୋଇପଡ଼ିଛି ।