କରୋନା ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

351

କନକ ବ୍ୟୁରୋ: ଓଡ଼ିଶା କରୁଥିବା କରୋନା ମୁକାବିଲାରେ ବିଜୟ ପାଇଁ ପୁଣି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ପଢ଼ନ୍ତୁ କେଉଁ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା କେଉଁ ଦାୟିତ୍ୱ..

ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାୟିତ୍ୱ ଦିଆଯାଇଥିବାବେଳେ ଅତିରିକ୍ତ ମୁଖ୍ୟ ସଚିବ ବା ରାଜସ୍ୱ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସାମାଜିକ ଦୂରତ୍ୱ ଗାଇଡଲାଇନର ନୀରିକ୍ଷଣ କରିବା ସହ ତାହାର ପରିଚାଳନା କରିବା ଦାୟିତ୍ୱ ମିଳିଛି । ସେହିଭଳି ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କ ତଦାରଖ କରିବା ଏବଂ ସେମାନଙ୍କୁ ସୁବିଧା ଯୋଗାଇବା ଦାୟିତ୍ୱ ଦିଆଯାଇଥିବାବେଳେ ଅନୁ ଗର୍ଗଙ୍କୁ ଆଇଇସି କାର୍ଯ୍ୟକଳାପ ଏବଂ କୋଭିଡ୍-୧୯ ସମ୍ପର୍କିତ ତାଲିମ ପାଇଁ ଦାୟିତ୍ୱ ମିଳିଛି ।

ଅନ୍ୟପଟେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ଓଡ଼ିଶା ଫେରନ୍ତା ଓଡ଼ିଆଙ୍କ ପଞ୍ଜୀକରଣ ଦାୟିତ୍ୱ ଦିଆଯାଇଛି । ସେପଟେ ଜଳ ସମ୍ପଦ ସଚିବ ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ଦାୟିତ୍ୱ, ଶିଳ୍ପ ଓ ଏମଏସଏମଇ ସଚିବ ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପକରଣ ଏବଂ ଯୋଗାଣ ଭଳି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି କ୍ରୀଡ଼ା ଓ ପର୍ଯ୍ୟଟନ ସଚିବ ବିଶାଲ ଦେବ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର, ଯାଦବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦାୟିତ୍ୱ ଦିଆଯାଇଛି ।

ସେହିପରି ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଆର, ଭିନିଲ୍ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତାଙ୍କ ଓଏସଡି ଦାୟିତ୍ୱ ମିଳିଥିବାବେଳେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ବି.ଏସ୍ ପୁନିଆ , ସୋମେଶ ଉପାଧ୍ୟାୟ, ପି. ଅନ୍ୱେଶା ରେଡ୍ଡି ଏବଂ ହେମାକାନ୍ତ ସାୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ସଂଯୁକ୍ତ କରାଯାଇଛି । ଯାହାଦ୍ୱାରରେ ସେମାନେ କରୋନା ଲଢ଼େଇରେ ଏହି ବିଭାଗ ଅଧିନରେ ଥିବା ବିଭିନ୍ନ କାର୍ଯ୍ୟକ୍ଷେତ୍ରକୁ ପରିଚାଳନା କରିବାରେ ଅଧିକ ଶକ୍ତି ଯୋଗାଇବେ ।