ଭୁବନେଶ୍ୱରକୁ ହଟସ୍ପଟ ମୁକ୍ତ ଅଞ୍ଚଳ କରିବା ପାଇଁ ଆରମ୍ଭ ହେଲା ଅଭିଯାନ । କରୋନା ପରୀକ୍ଷାକୁ ବ୍ୟାପକ କଲେ ସରକାର । ୭ ଦିନରେ ୫ ହଜାର ପରୀକ୍ଷା ପାଇଁ ଗଠନ ହେଲା ୧୩ଟି ଟିମ୍ । ସକାଳ ୮ ରୁ ୧୧ଟା ଏବଂ ଅପରାହ୍ନ ୪ରୁ ୬ଟା ଯାଏଁ ନମୁନା ସଂଗ୍ରହ

520

କନକ ବ୍ୟୁରୋ: ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ପାଇଁ ଅଭିଯାନ । ଆରମ୍ଭ ହେଲା ବ୍ୟାପକ ନମୁନା ପରୀକ୍ଷା । ଭୁବନେଶ୍ୱରକୁ କରୋନା ହଟସ୍ପଟ ଅଂଚଳ ମୁକ୍ତ କରିବା ପାଇଁ ଆରମ୍ଭ ହେଲା ଅଭିଯାନ । ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷାକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ-ଇଷ୍ଟ ଜୋନରେ ସାମ୍ପଲ ସଂଗ୍ରହ ଆରମ୍ଭ ହୋଇଛି ।

ନମୁନା ସଂଗ୍ରହ ପାଇଁ ଗଠନ ହୋଇଛି ୧୩ଟି ଟିମ । ଏମାନେ ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ କାମ କରିବେ । ଦିନ ୮ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏଁ ନମୁନା ସଂଗ୍ରହ କରାଯିବ । ଏବଂ ପ୍ରତ୍ୟେକ ୟୁନିଟରେ ୩ ଜଣ ସଦସ୍ୟ ରହିଛନ୍ତି । ଜଣେ ଡାକ୍ତର, ଜଣେ ଶିକ୍ଷକ ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଏହି ଟିମରେ ।

ଭୁବନେଶ୍ୱରରେ ୪୬ ଆକ୍ରାନ୍ତ ଚିହ୍ନଟ ହେବା ପରେ ହଟସ୍ପଟ ତାଲିକାରେ ଖୋର୍ଦ୍ଧା ଜିଲ୍ଲାକୁ ରଖିଛନ୍ତି କେନ୍ଦ୍ର ସରକାର । ତେଣୁ ଭୁବନେଶ୍ୱରକୁ ଗୁରୁତ୍ୱ ଦେଇ ବ୍ୟାପକ ନମୁନା ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୭ ଦିନ ଭିତରେ ୫ ହଜାର ସାମ୍ପୁଲ ପରୀକ୍ଷା କରିବାକୁ ଯୋଜନା କରାଯାଇଛି ।