କନକ ବ୍ୟୁରୋ: କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ଟାଟା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଛି । ଏହି ମର୍ମରେ ଜାରକା ସ୍ଥିତ ଭୂମିକା ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ପାଇଁ ଜିଲ୍ଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

Advertisment

publive-imageସେହିପରି ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଯଦି କୌଣସି ଜିଲାରେ କୋରେନା ରୋଗୀ ଦେଖାଯାଆନ୍ତି ସେମାନଙ୍କୁ ଏହି ସବୁ ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।