ଆସିଲା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ଗତକାଲି ଚିହ୍ନଟ ହୋଇଥିବା ୫୧, ୫୨, ୫୩, ୫୪ ନମ୍ବର ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ

1,936

କନକ ବ୍ୟୁରୋ: ଆସିଲା ଆଉ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲିର ୫୧, ୫୨, ୫୩, ୫୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ସରକାର । ୫୧ ନମ୍ବର ଆକ୍ରାନ୍ତ ଜଣଙ୍କ ୬୭ ବର୍ଷୀୟ ବୃଦ୍ଧ । ତାଙ୍କ ଘର ସୁନ୍ଦରଗଡ ବିସ୍ରା ଅଞ୍ଚଳରେ । ଗସ୍ତ ବିବରଣୀରେ ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ସ୍ପଷ୍ଟ । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ ତାରିଖରେ ଉତ୍କଳ ଏକ୍ସପ୍ରେସ (ଟ୍ରେନ ନଂ- ୧୮୪୭୭)ରେ ରାଉରକେଲା ଛାଡିଥିଲେ । ମାର୍ଚ୍ଚ ୬-୧୦ ଯାଏଁ ଦିଲ୍ଲୀ ନିଜାମୁଦ୍ଦିନକୁ ଯାଇଥିଲେ । ୧୦ ମାର୍ଚ୍ଚରେ ନିଜାମୁଦ୍ଦିନରୁ ବିଳାଶପୁର ସମ୍ପର୍କକ୍ରାନ୍ତି (୧୨୮୨୪,ଏସ୪୪୯)ରେ ଫେରିିଥିଲେ ।

୧୧ ମାର୍ଚ୍ଚରେ ରାଉରକେଲାରେ ପହଞ୍ଚି ଅଟୋରେ ବିସ୍ରା ଯାଇଥିଲେ । ମାର୍ଚ୍ଚ ୧୨ରୁ ୨ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ୨ ଏପ୍ରିଲରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ୧୧ ଏପ୍ରିଲ ଅର୍ଥାତ ଗତକାଲି ତାଙ୍କର ନମୂନା ପଜିଟିଭି ଆସିଥିଲା । ତାଙ୍କୁ ଗତକାଲି ହିଁ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନନ୍ତରିତ କରାଯାଇଛି ।

୫୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୮ ବର୍ଷୀୟ ଯୁବକ ୧୦ ମାର୍ଚ୍ଚରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ଦିନ ହିଁ ଯାଜପୁର ଚାରିନଙ୍ଗଳାରୁ ବସ ଯୋଗେ ରାଉରକେଲା ଯାଇଥିଲେ । ୧୧ରେ ରାଉରକେଲାରୁ ଅଟୋ ଯୋଗେ ବିସ୍ରା ଯାଇଥିଲେ । ୧୧ରୁ ୨୦ ଯାଏଁ ଆଶିୟାନା ମସଜିଦରେ ରହିଥିଲେ । ୧୪ ମାର୍ଚ୍ଚରୁ ୫ ଏପ୍ରିଲ ମଧ୍ୟରେ ମସଜିଦ ପାଖ ଅଞ୍ଚଳ ଭ୍ରମଣ କରିଥିଲେ । ୫ରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ଗତକାଲି ନମୂନା ପଜିଟିଭ ଆସିବା ପରେ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ

୫୩ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୪୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୫ରୁ ୩ ଏପ୍ରିଲ ଯାଏଁ ବାଙ୍କୁଆଳ, କେଶୁରା, ସହିଦ ନଗରରେ ରହିଥିଲେ । ୪ ଏପ୍ରିଲରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏମ୍ସରେ ଚିକିତ୍ସିତ ୪୨ ନମ୍ବର ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟ ଥିଲେ । ଏପ୍ରି ୭ରୁ ୧୦ କ୍ୱାରେଣ୍ଟାଇନରେ ରହିଥିଲେ । ୧୧ରେ ନମୂନା ପଜିଟିଭ ଆସିବା ପରେ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର

୫୪ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୭ ବର୍ଷୀୟ ଯୁବତୀ ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ । ୨୯ ମାର୍ଚ୍ଚରେ ଯୁବତୀ ଜଣଙ୍କ ଆମ୍ବୁଲାନ୍ସ ଯୋଗେ କଲିକତାରୁ ଭାୟା ବାଲେଶ୍ୱର ଏବଂ ଭଦ୍ରକରୁ ଗାଁକୁ ଆସିଥିଲେ । ୩୦ ମାର୍ଚ୍ଚରୁ ୧୧ ଏପ୍ରିଲ ଯାଏଁ ରାଜନଗର ସ୍ଥିତ ନିଜ ଗାଁରେ ହୋମକ୍ୱାରେଣ୍ଟାଇନରେ ଥିଲେ । ଗତକାଲି ନମୂନା ପଜିଟିଭ ଆସିବା ପରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।