ଭୁବନେଶ୍ୱର ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ, ପୂର୍ବରୁ ସୁସ୍ଥ ହୋଇଥିଲେ ୨ ଜଣ । ରାଜଧାନୀରେ ମୋଟ୍ ଆକ୍ଟିଭ୍ ସଂଖ୍ୟା ୩୦

1,564

କନକ ବ୍ୟୁରୋ: ଭୁବନେଶ୍ୱରବାସୀଙ୍କ ପାଇଁ ଭଲ ଖବର । ଆଜି ଏକାଥରେ ସୁସ୍ଥ ହୋଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି ଭୁବନେଶ୍ୱରର ୫ ଜଣ । ତେବେ ବର୍ତ୍ତମାନ ଭୁବନେଶ୍ୱରରୁ ମୋଟ୍ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବରୁ ରାଜଧାନୀର ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ଭୁବନଶ୍ୱେରର ୫ ଜଣ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଯାହାକି ରାଜଧାନୀବାସୀଙ୍କୁ ଆଶ୍ୱସ୍ତି କରିଛି ।

ତେବେ ବର୍ତ୍ତମାନ ରାଜ୍ୟର ମୋଟ ୪୮ ଆକ୍ରାନ୍ତରୁ ଆଜି ୧୦ ଜଣ ସୁସ୍ଥ ହୋଇଥିବା ବେଳେ ପୂର୍ବରୁ ୨ ଜଣ ସୁସ୍ଥ ହୋଇଥିଲେ । ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏବେ ରାଜ୍ୟରେ ଆଉ ୩୫ଟି କରୋନା ଆକ୍ଟିଭ କେସ୍ ରହିଛି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପଛରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବଡ ଅବଦାନ ରହିଛି । ଦିନରାତି ଏକ କରି ସେମାନେ ଆକ୍ରାନ୍ତଙ୍କ ସେବା କରିବା ପାଇଁ ନିଜକୁ ସମର୍ପିତ କରିଥିବାରୁ ସାରା ରାଜ୍ୟରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।