ଚାଷ ଉପରେ କରୋନା ମାଡ! ଅମଳ ଫସଲକୁ ବିକ୍ରି କରିପାରୁନାହିଁ ଚାଷୀ, ଆଶା ଭରସା ଉପରେ ଭୂତାଣୁ ମାଡ, ବାଙ୍କୀ ରାସ୍ତାରେ ଗଡୁଛି କଖାରୁ । ପରିବହନ ସମସ୍ୟା ଯୋଗୁଁ ବିକ୍ରି ହେଉନି ପରିବା ।

120

କନକ ବ୍ୟୁରୋ: କୋଭିଡ-୧୯କୁ ନେଇ ସାରା ଦେଶ ଆତଙ୍କିତ ଥିଲା ବେଳେ ମେ ୩ ତାରିଖ ଯାଏଁ ତାଲା ବନ୍ଦ ବୃଦ୍ଧି କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚାଷୀମାନଙ୍କ ଉପରେ ପଡିଛି । ଘର ପାଖରେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବା ବେଳେ ବାହାରକୁ ରପ୍ତାନୀ ହୋଇ ପାରୁନାହିଁ । ଫଳରେ କ୍ୟୁଟାଂଲ କ୍ୟୁଟାଂଲ ଅମଳ ପରିବା ମାଟିରେ ପଡି ନଷ୍ଟ ହେଉଛି ।

ରାସ୍ତା କଡରେ ଗଦା ହୋଇଛି ଶହଶହ କଖାରୁ । କିଛି ସଢି ଗଲାଣି ଆଉ କିଛି ଗାଇ ଗୋରୁଙ୍କ ଖାଦ୍ୟ ପାଲଟିଛି । କେବଳ କଖାରୁ ନୁହେଁ ଟମାଟୋ, ବାଇଗଣ ଓ ଲଙ୍କା ଭଳି ଫସଲ ବି ଉଜୁଡିଯାଇଛି । ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ଅଂଟା ସଳଖୁଥିବା ଚାଷୀ ଲକ ଡାଉନ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ପ୍ରକାର ପନିପରିବା ଚାଷ କରି ପରିବାର ଗୁରୁରାଣ ମେଂଟାଇବାକୁ ଆଶା ରଖିଥିଲେ ଚାଷୀ । ହେଲେ ଫସଲ ଅମଳ ବେଳେ ପରିବହନ ସମସ୍ୟା ଯୋଗୁଁ ଗାଁକୁ ବ୍ୟବସାୟୀ ଆସୁନାହାନ୍ତି, କି ଆଖ ପାଖ ବଜାରରେ ବିକ୍ରି କଲେ ଉଚିତ୍ ଦାମ ମିଳୁନଥିବା କହିଛନ୍ତି ବାଙ୍କୀ ଚାଷୀ ।

ଏପଟେ ଫସଲ ହାନୀ ସେପଟେ ପରିବାରର ପେଟ ଚିନ୍ତା । ତାଲା ବନ୍ଦ ସିନା କରୋନା ମାହାମରୀରୁ ଜୀବନ ବଂଚାଇ ଦେବ, ହେଲେ ଫସଲ ବିକ୍ରି ନହଲେ ପିଲାଛୁଆ ଖାଇବେ କଣ? ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଦୋଛକିରେ ଚାଷୀକୂଳ ।