ବଲାଙ୍ଗୀର ଘରୋଇ ନର୍ସିଂ ହୋମ ସିଲ୍ । କୋଭିଡ୍-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନର୍ସିଂ ହୋମ ସିଲ କଲା ଟାଉନ ଥାନା ପୁଲିସ୍ ।

2,906

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଆଉ ଏହି ସଙ୍କଟ ସମୟରେ ସମସ୍ତେ ଏକାଠି ହୋଇ ସରକାରଙ୍କ ପରାମର୍ଶକୁ ପାଳନ କରୁଥିବେଳେ ନିୟମ ଉଲ୍ଲଂଘନର ବଡ଼ ଘଟଣା ସାମ୍ନାକୁ ଆସିିଛି । ଏକ ଘରୋଇ ନର୍ସିଂ ହୋମ୍ କୋଭିଡ୍-୧୯ର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଘରୋଇ ନର୍ସିଂ ହୋମକୁ ସିଲ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ।

ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚତନା ମିଳିଛି ଯେ, ବଲାଙ୍ଗୀରର ଘରୋଇ ନର୍ସିଂ ହୋମ୍ ହରିହର ହସ୍ପିଟାଲ ସରକାର ଜାରି କରିଥିବା କୋଭିଡ୍-୧୯ର ନିୟମାବଳୀର ଉଲ୍ଲଂଘନ କରିଛି । ଏପରିକି ସାମାଜିକ ଦୂରତା, ଏବଂ ସାନିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନର୍ସିଂ ହୋମକୁ ସିଲ୍ କରିଛି ।