କରୋନା ହାରିବ, ମଣିଷ ଜିତିବ । ସ୍ମାର୍ଟସିଟିକୁ ସାନିଟାଇଜ୍ କରିବାକୁ କରାଗଲା ରାସାୟନିକ ସିଞ୍ଚନ । କରୋନା ମୁବାବିଲା ପାଇଁ ସ୍ୱଚ୍ଛତାକୁ ଅସ୍ତ୍ର କରି ଆଗେଇ ଆସିଲା ବିଏମସି ।

2,070

କନକ ବ୍ୟୁରୋ: ଅଣାୟତ କରୋନାକୁ ଆୟତକୁ ଆଣିବାକୁ ଚୀନ ଯେଉଁସବୁ ଉପାୟ ଆପଣାଇଥିଲା ଚୀନ୍, ସେଇ ସବୁ ଉପାୟ ଭିତରୁ ଅନ୍ୟତମ ଥିଲା ସ୍ୱଚ୍ଛତା । କାରଣ, ବିଶୋଧନ ଜରିଆରେ ଜୀବାଣୁମୁକ୍ତ ପରିବେଶ ପାଇଁ ଚୀନ୍ର ଉହାନ୍ ସହର ଗଳିକନ୍ଦିରୁ ଆରମ୍ଭ କରି ଚାରିଆଡେ ରାସାୟନିକ ପଦାର୍ଥ ମିଶ୍ରତ ସିଂଚନ କରାଯାଇଥିଲା । କେଉଁଠି ଜଳୀୟ, ତ ଆଉ କେଉଁଠି ଗ୍ୟାସିୟ ଆକାରରେ ସ୍ପ୍ରେ କରାଯାଇଥିଲା ।

କରୋନା ଭୁତାଣୁ ସହ ଲଢ଼ିବା ପାଇଁ ପରିଷ୍କାର-ପରିଚ୍ଛନତାକୁ ଅସ୍ତ୍ର ଭାବେ ବାଛି ନେଇଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟ, ଦୋକାନ ବଜାର, ଗଳିକନ୍ଦି ଚାରିଆଡେ ସାନିଟାଇଜ୍ କରିବା ପାଇଁ ଅଂଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଆଉ ଏଥିରେ ସହଯୋଗର ହାତ ବଢ଼ାଇଛି ଅଗ୍ନିଶମ ବିଭାଗର ୧୫ଟି ଟିମ୍ । ପ୍ରଥମ ପର୍ଯ୍ୟାୟାରେ ଭୁବନେଶ୍ୱରର ବାପୁଜୀ ନଗର, ରାଜମହଲ ବଂ ଶିଶୁଭବନ ଛକ ଅଂଚଳକୁ ସଂପୂର୍ଣ୍ଣ ଭାବରେ ସାନିଟାଇଜ୍ କରାଯାଇଛି ।

କରୋନା ପାଇଁ କୌଣସି ଔଷଧ ବା ଟୀକା ବର୍ତମାନ ସୁଦ୍ଧା ବାହାରିନଥିବା ବେଳେ ଏବେ ଲଢ଼େଇର ଏକ ମାତ୍ର ମାଧ୍ୟମ ସାଜିଛି, ସଚେତନା ଓ ସ୍ୱଚ୍ଛତା । ଆଉ ଏହି ଅସ୍ତ୍ରର ଉପଯୋଗ କରିବାକୁ ଆଗେଇ ଆସିଛି ଭୁବନେଶ୍ୱର ମହାନଗର ନିଗମ ।

କରୋନାର ଭୁତାଣ ଯୋଗୁଁ ଚୀନ ଯେତେବେଳେ ଅଧିକ କଲବଲ ହେଉଥିଲା, ସେତେବେଳେ ଚିକିତ୍ସା, ଏବଂ କ୍ୱୋରେନ୍ଟାଇନ୍ ସହ ସାନିଟାଇଜେସନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା । କାରଣ, ପରିସ୍କାର ପରିବେଶ ଜୀବାଣୁ ରୋକିବା ପାଇଁ ଅନେକ କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି ।