ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ବମିଖାଲକୁ କଲେ ସିଲ୍, କୌଣସି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ।

Advertisment
ଭୁବନେଶ୍ୱର ବମିଖାଲରୁ ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଂଚଳ । ଅଂଚଳ ଭିତରକୁ ଯିବା କିମ୍ବା ବାହାରକୁ ବାହାରିବା ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ସିଲ କଲା ବିଏମସି । ସନ୍ଧ୍ୟାରେ ଏହି ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ । ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରିବା ସହ ପୂରା ବମିଖାଲକୁ ସିଲ୍ କରାଯାଇଛି ।
ଏକ୍ରାମ ହଲଠୁ ଝାରପଡ଼ା କେନାଲ ରୋଡ୍ ସିଲ, ଝାରପଡ଼ା କେନାଲ ରୋଡଠୁ ଝାରପଡ଼ା ଦୁର୍ଗାମଣ୍ଡପ ସିଲ୍, ଝାରପଡ଼ା ଦୁର୍ଗାମଣ୍ଡପଠୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ ହୋଇଥିବାବେଳେ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାରଠୁ ଏକାମ୍ର ହଲ ଯାଏଁ ସିଲ କରିଛି ବିଏମସି ।

ତେବେଏହି ଅଞ୍ଚଳରେ ଥିବା ସବୁ କାର୍ଯ୍ୟାଳୟ, ଦୋକାନ ବନ୍ଦ ରହିବ । କିନ୍ତୁ ଏହି ଅଞ୍ଚଳକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ସଂକ୍ରମଣରୁ ରକ୍ଷା ପାଇଁ ବମିଖାଲର କୌଣସି ବ୍ୟକ୍ତି ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜରୁରୀ ସେବା ଯୋଗାଇବାକୁ ୨ ଅଧିକାରୀ ଜଣେ ଡାକ୍ତରଙ୍କୁ ଦାୟିତ୍ୱ ମିଳିଛି ।

ସାନିଟେସନ୍- ଭବାନୀ ପ୍ରସାଦ ମିଶ୍ର- ଫୋନ୍ ନଂ: ୯୪୩୭୨୫୮୬୧୧
ଜରୁରୀ ସାମଗ୍ରୀ- କମଲଜିତ ଦାସ ଫୋନ୍ ନଂ: ୯୪୩୯୪୩୧୬୭୨
ସ୍ୱାସ୍ଥ୍ୟସେବା- ଡକ୍ଟର ଜିସି ପତି ଫୋନ୍ ନଂ: ୮୬୩୭୨୮୮୫୨୮ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe