ଲକ୍ ଡାଉନ୍ ପରେ ଡହଳ ବିକଳ: ନିରାଶ୍ରୟ ଓ ଭୋକିଲାଙ୍କୁ ଦାନା ଯୋଗାଇବାକୁ ଆଗେଇ ଆସିଲେ ରିୟଲ ହିରୋ । ରାଜଧାନୀରେ ଗରିବ ଓ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇଲା ଅଭିକ୍ଷା ଟ୍ରଷ୍ଟ, ଧର୍ମଶାଳାରେ ଅନାହାରଙ୍କୁ ଖାଦ୍ୟ ଦେଲେ ସ୍ୱେଛାସେବୀ ।

901

କନକ ବ୍ୟୁରୋ: ୨୧ଦିନିଆ ତାଲାବନ୍ଦର ଆଜି ଚତୁର୍ଥ ଦିନ । କରୋନା ମୁକାବିଲା ପାଇଁ ସରକାରୀ କଟକଣା ଫଳରେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏପଟେ ନିରାଶ୍ରୟ ଓ ଗରିବ ଲୋକଙ୍କ ପାଇଁ ଜୀବନ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡିଛି । ଆଉ ତାଲାବନ୍ଦର ଚାରିଦିନ ପରେ ଜରି ଗୋଟାଇ କିମ୍ବା ଭିକ ମାଗି ଚଳୁଥିବା ଲୋକେ ଖାଇବାକୁ ପାଉନାହାନ୍ତି । ହେଲେ ସେମାନଙ୍କ ଭୋକ ଦେଖି ନିଜକୁ ଅଟକାଇ ପାରିଲାନି ଅଭିକ୍ଷା ଟ୍ରଷ୍ଟ ।

ରାଜଧାନୀ ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କିମ୍ବା ଉଠା ଦୋକାନୀ ଭାବେ କାମ କରୁଥିବା ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଆଉ ଜରି ଗୋଟାଇ କିମ୍ବା ଭିକ ମାଗି ଚଳୁଥିବା ଲୋକେ ଖାଇବାକୁ ପାଉନାହାନ୍ତି । ଚାରି ଦିନର ତାଲା ବନ୍ଦ ଯୋଗୁଁ ପେଟରେ ପଡିନି ଦାନା । ନିରାଶ୍ରୟ ଓ ଭୋକିଲାଙ୍କୁ ଦାନା ଯୋଗାଇବାକୁ ରିୟଲ ହିରୋ ଭଳି ଆଗେଇ ଆସି ରାଜଧାନୀରେ ଗରିବ ଓ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇଛି ଅଭିକ୍ଷା ଟ୍ରଷ୍ଟ ।

ସେପଟେ କରୋନା ଭଳି ଦୁଃସ୍ଥିତି ସମୟରେ ଭୋକିଲାଙ୍କ ମୁହଁରେ ଆହାର । କରୋନ ଭାଇରସ ପାଇଁ ସାରା ଦେଶ ଲକଡାଉନ ଘୋଷଣା ହୋଇଥିବା ବେଳେ ଯାଜପୁର ଜିଲ୍ଳା ଜାରକା ଅଂଚଳର ଯୁବ ସମାଜସେବୀ ନିଜ ସହଯୋଗୀମାନଙ୍କୁ ଧରି ଭୋକିଲାମାନଙ୍କ ମୁହଁରେ ଦେଇଛନ୍ତି ଆହାର । ଜାରକାର ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଧରି ଧର୍ମଶାଳା ବ୍ଲକର ଆରୁହା ଅଂଚଳରେ ଥିବା ଦିବ୍ୟାଙ୍ଗ ଓ ଭୋକିଲାମାନଙ୍କୁ ରନ୍ଧା ଖାଦ୍ୟ ପରିଷିଛନ୍ତି ।ହିମାଂଶୁଙ୍କର ଏପରି ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି ।ଧର୍ମଶାଳାରେ ଅନାହାରଙ୍କୁ ଖାଦ୍ୟ ଦେଲେ ସ୍ୱେଛାସେବୀ ।