ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ରାଜ୍ୟର ଆଉ ୨୬୨ ଆକ୍ରାନ୍ତ । ୬୪୮୬ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

Advertisment
ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ରାଜ୍ୟର ଆଉ ୨୬୨ ଆକ୍ରାନ୍ତ । ୬୪୮୬ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ । ଆଜି ନୂଆ ୨୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମସ୍ତେ ଘରକୁ ଫେରିଛନ୍ତି । ତେବେ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଲୋକ ଅଛନ୍ତି । ତେବେ ରାଜ୍ୟରେ ୨୬୨ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୪୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକାଥରକେ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଏକ ଖୁସି ଖବର ବୋଲି କୁହାଯାଉଛି। ଗଜପତି ଜିଲ୍ଲାରୁ ୪୯ଜଣ, ଜଗତସିଂହପୁରରୁ ୨୫ଜଣ, ରାୟଗଡ଼ାରୁ ୧୬ଜଣ, କଟକରୁ ୧୫ଜଣ, ବରଗଡ଼ରୁ ୧୪ଜଣ, ଖୋର୍ଦ୍ଧାରୁ ୧୩ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହା ବ୍ୟତୀତ ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ ୩ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜ ଆଦି ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି।

କରୋନା ପଜିଟିଭ୍ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ଏହି ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ସମସ୍ତଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe