ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜିଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଞ୍ଚମ ଆକ୍ରାନ୍ତ । ସରକାର କହିଲେ, ଲକ୍ଷଣ ଦେଖାଗଲେ ନଲୁଚାଇ ତୁରନ୍ତ ୧୦୪କୁ କରନ୍ତୁ ଫୋନ୍ ।

ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜିଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଞ୍ଚମ ଆକ୍ରାନ୍ତ । ସରକାର କହିଲେ, ଲକ୍ଷଣ ଦେଖାଗଲେ ନଲୁଚାଇ ତୁରନ୍ତ ୧୦୪କୁ କରନ୍ତୁ ଫୋନ୍ ।

କନକ ବ୍ୟୁରୋ: ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜେଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଂଚମ ଆକ୍ରାନ୍ତ ବ୍ୟକ୍ତି । ଅନ୍ୟମାନଙ୍କୁ ଖୋଜିବା ପାଇଁ ଏବେ ଟ୍ରାକିଂ ଜାରି ରହିଥିବା କହିଛନ୍ତି ସୁବ୍ରତ ବାଗଚୀ । ସରକାର କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖା ଯାଉଛି ସେମାନେ ୧୦୪କୁ ଫୋନ କରନ୍ତୁ । ଏବଂ ସେମାନଙ୍କୁ ସରକାର ହସ୍ପିଟାଲକୁ ଆଣିବେ ।

ତେବେ ବର୍ତ୍ତମାନ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ ନମୂନା ପରୀକ୍ଷାର ରିପୋର୍ଟ ମିଳିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଛି । ପ୍ରଥମ ୨ଟି କେସ୍ ସଂସ୍ପର୍ଶରେ ୫୫ ଜଣ ଆସିଥିବାବେଳେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଛନ୍ତି । ଅନ୍ୟପଟେ ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ମୋଟ୍ ୩୩ ଜଣ ଆସିଛନ୍ତି ଆଉ ଗତକାଲି ରାତିରେ ଚିହ୍ନଟ ହୋଇଥିବା ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଆଉ ଅନ୍ୟମାନଙ୍କୁ ଖୋଜା ଚାଲିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଅନ୍ୟପଟେ ୮୫ ଜଣ କରୋନା ସନ୍ଦିଗ୍ଧଙ୍କୁ ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ଆଇସୋଲେସନରେ ରଖାଯାଇଛି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଅନଲାଇନ ଏବଂ ୧୦୪ ଜରିଆରେ ୧୫,୮୯୫ ପଞ୍ଜୀକରଣ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୪,୩୬୬ ଜଣ ବିଦେଶରୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe