କେମିତି ସୁସ୍ଥ ହେଲେ କରୋନା ଆକ୍ରାନ୍ତ? କେମିତି ଚାଲିଥିଲା ଚିକିତ୍ସା ? କରୋନା ବିଜେତା ବଖାଣିଲେ ଅନୁଭୂତି…

683

କନକ ବ୍ୟୁରୋ: କେମିତି ସେମାନେ କରୋନାରୁ ସୁସ୍ଥ ହେଲେ । ସେତେବେଳେ ସେମାନଙ୍କ ଅନୁଭୂତି କଣ ଥିଲା । କେମିତି ତାଙ୍କ ଚିକିତ୍ସା କରାଗଲା । ଯେଉଁ ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି ସେଇ ରୋଗରୁ ସେମାନେ କେମିତି ବେଶ ଆରାମରେ ମୁକୁଳିଆସିଲେ । କନକନ୍ୟୁଜରେ ସେମାନେ ତାଙ୍କ ଅନୁଭୂତି ବାଂଟିଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ପିପିଲିର ଏମ.ଡି ରିଆଜଉଦ୍ଦିନ କହିଛନ୍ତି ଯେ, ସମସ୍ତେ ସରକାରଙ୍କ ନିଷ୍ପତିକୁ ମାନିବାକୁ ପଡିବ । ଏହି ନିୟମକୁ ମାନିଚଳିଲେ ସମସ୍ତେ ସୁସ୍ଥ ରହିବା । ଘରେ ରହିଲେ , ସାମାଜିକ ଦୂରତା ରଖିଲେ , ମାସ୍କ ପନ୍ଧିଲେ, ହାତକୁ ବାରମ୍ବାର ଧୋଇଲେ ହିଁ ସୁସ୍ଥ ରହିବ । ଆବଶ୍ୟକ ପଡିଲେ ହିଁ ଘରୁ ବାହାରିବାକୁ ରିଆଜଉଦ୍ଦିନ ପରାମର୍ଶ ଦେଇଛନ୍ତି ।

ସେହିଭଳି ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର ପ୍ରଦୀପ୍ତ କୁମାର ଦଳବେହେରାଙ୍କ ଭାଇ ପ୍ରତାପ ଦଳବେହେରା କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ପ୍ରତାପଙ୍କ କହିବା ଅନୁସାରେ, ପ୍ରଥମେ ସେ ଓ ତାଙ୍କ ପରିବାର ଭୟଭୀତ ହୋଇପଡିଥିଲେ । ତେବେ ସରକାର ଏବଂ ଡାକ୍ତରଙ୍କ ପୂର୍ଣ୍ଣ ସହଯୋଗରେ ସେ ସୁସ୍ଥ ହୋଇ ଘରକୁ ଫେରିପାରିଲେ ବୋଲି କହିଛନ୍ତି । ଏଥିସହିତ କରୋନାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା ଏବଂ ସରକାରଙ୍କ ପ୍ରଦତ ସଚେତନତା ଆଦି ଅନୁସରଣ କରିବା ନିହାତି ଜରୁରୀ ବୋଲି କହିଛନ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର ପ୍ରତାପ ଦଳବେହେରା ।