ଏକାଥରେ ସୁସ୍ଥ ହେଲେ ୫ ଆକ୍ରାନ୍ତ । କରୋନା ମୁକ୍ତ ହେଲା ରାଜ୍ୟର ଏକାଧିକ ଜିଲ୍ଲା, ଜାଣିବା ପାଇଁ ପଢ଼ନ୍ତୁ କରୋନା କବଳରୁ କେଉଁ ଜିଲ୍ଲା ହେଲା ମୁକ୍ତ…

1,001

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ଧିରେ ଧିରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତା । ଗୋଟିଏ ପଟେ ପଜିଟିଭ୍ ସଂଖ୍ୟା ବଢୁଥିବା ଯୋଗୁଁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ ଏବେ ଏକ ସଙ୍ଗେ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରିଛି । ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ସୁସ୍ଥ । ତେବେ ୫ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଁଚିଛି ।

ସେହିପରି କଳାହାଣ୍ଡିରେ ୨ କେସ୍ ମଧ୍ୟରୁ ପୂର୍ବରୁ ଗୋଟିଏ ସୁସ୍ଥ ହୋଇଥିଲେ ଆଉ ଆଜି ଗୋଟିଏ ସୁସ୍ଥ ହେବା ପରେ କଳାହାଣ୍ଡି କରୋନା ମୁକ୍ତ ହୋଇଛି । ସେହିପରି ଢେଙ୍କାନାଳର ଜଣେ ଆକ୍ରାନ୍ତ ଥିବା ବେଳେ ଆଜି ସେ ସୁସ୍ଥ ହୋଇଛନ୍ତି ଆଉ ଢେଙ୍କାନାଳ ବି କରୋନା ମୁକ୍ତ ହୋଇଛି ।  ତେବେ ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭୯ରେ ପହଁଚିଥିବାବେଳେ ପୂର୍ବରୁ କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଆଜି କଳାହାଣ୍ଡି, ଢ଼େଙ୍କାନାଳ, କଟକ ଏବଂ ପୁରୀକୁ ମିଶାଇ ବର୍ତ୍ତମାନ ରାଜ୍ୟର ୪ ଜିଲ୍ଲା କରୋନା ମୁକ୍ତ ହୋଇଛି ।