ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ମହମାରୀ ମୁକାବିଲା ପାଇଁ ପ୍ଲାଜମା ଥେରାପି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଦାନ ପାଇଁ ଦେଲେ ଆହ୍ୱାନ, କହିଲେ ପ୍ଲାଜମା ଦାନ କରନ୍ତୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାନ୍ତୁ…

453

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି ପ୍ରକ୍ରିୟା । ଭିଡିଓ କନଫରେନସିଂ ଶୁଭାରମ୍ଭ କଲେ ନବୀନ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏସସିବି ମେଡିକାଲରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍, କିମ୍ସ ଏବଂ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ କରୋନାକୁ ହରାଇବାକୁ ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ ପ୍ଲାଜମା ଦାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଏହା ଓଡିଶା ପାଇଁ ଖୁସିର କଥା । କରୋନା ବିରୋଧୀ ଲଢେଇରେ ଏହି ଥେରାପି ପ୍ରଭାବ ପକାଇବ । କରୋନା ରୋଗୀଙ୍କୁ ବଞ୍ଚାଇବାକୁ ଏହା ବେଶ ସହାୟ ହେବ । ତେଣୁ ଯୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାନ୍ତୁ । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ।