ଓଡ଼ିଶାକୁ ଆଶ୍ୱସ୍ତ କରାଇଲେ ଶାଳିନୀ ପଣ୍ଡିତ । କହିଲେ, କରୋନା ସଂକ୍ରମଣ ଗତି ଓଡ଼ିଶାରେ ମନ୍ଥର, ଭାରତରେ ତୀବ୍ର । ରାଜ୍ୟବାସୀଙ୍କ ଶୃଙ୍ଖଳା ଓ ସଚେତନତା ହିଁ କରୋନା ଯୁଦ୍ଧରେ ବିଜୟ ଆଣିବ ।

2,474

କନକ ବ୍ୟୁରୋ: ଓଡ଼ିଶାକୁ ଆଶ୍ୱସ୍ତ କରାଇଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଶାଳିନୀଙ୍କ କହିବା ମୁତାବକ, ଲକଡାଉନ୍ ଲାଭ ପାଇଛି ଓଡ଼ିଶା ଆଉ ଆମ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ଶୃଙ୍ଖଳା ପାଇଁ ଆମେ ମାତ୍ର ୬୦ ପଜିଟିଭରେ ରହିଛୁ । ଯାହା ଆମକୁ ଏକ ସୁଖଃଦ ବାର୍ତ୍ତା ଦେଉଛି । ଆଉ ସବୁଠାରୁ ବଡ଼ କଥା ହେଲା, ଭାରତରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢୁଥିବାବେଳେ ଓଡ଼ିଶାରେ ଏହାର ଗତି ମନ୍ଥର ରହିଛି । ତେବେ ପ୍ରତି ୧୦୦ ଟେଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆମ ରାଜ୍ୟ ସର୍ବନିମ୍ନ ସ୍ଥାନରେ ରହିଛି ।

ଏହି ପ୍ରତିଶତକୁ ଥରେ ବିଶ୍ଳେଷଣ କଲେ ଜଣାପଡେ ଯେ,
ଦିଲ୍ଲୀର-୧୦.୯୦%
ତାମିଲନାଡୁରେ-୯.୨୦%
ମଧ୍ୟପ୍ରଦେଶ-୭.୬୦%
ଭାରତର-୫% ଥିବାବେଳେ
ପ୍ରତି ୧୦୦ ଟେଷ୍ଟରେ ଓଡ଼ିଶାରେ ୧.୦୮ ପ୍ରତିଶତ ପଜିଟିଭ୍ କେସ୍ ରହିଛି । ତେବେ କୋଭିଡ୍- ଗତି ଓଡ଼ିଶାରେ ମନ୍ଥର ହେଉଛି ବା ଧିମା ବେଗରେ ଯାଉଥିବବେଳେ ଭାରତରେ ତୀବ୍ର ବେଗରେ ବଢୁଛି । ହେଲେ ଓଡ଼ିଶାରେ ଏହାକୁ ବନ୍ଦୀ କରି ରଖିବାର ଶ୍ରେୟ କେବଳ ଶୃଙ୍ଖଳିତ ଓଡ଼ିଶାବାସୀଙ୍କୁ ହିଁ ଯାଉଛି ବୋଲି କହିଛନ୍ତି ଶାଳିନୀ ପଣ୍ଡିତ ।