ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୪୦୯ କରୋନା ଆକ୍ରାନ୍ତ । ଗଞ୍ଜାମରୁ ସର୍ବାଧିକ

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୪୦୯ କରୋନା ଆକ୍ରାନ୍ତ । ଗଞ୍ଜାମରୁ ସର୍ବାଧିକ

କନକ ବୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୪୦୯ କରୋନା ଆକ୍ରାନ୍ତ । ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୪ ହଜାର ୪୮୨ରେ ପହଞ୍ଚିଛ।

ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୨ ଜଣ, ପୁରୀ ଜିଲ୍ଲାରୁ ୧୨୧ ଜଣ, ଗଜପତି ଜିଲ୍ଲାରୁ ୧୨୦ ଜଣ, କୋରାପୁଟ ଜିଲ୍ଲାରୁ ୮୪ ଜଣ, କଟକ ଜିଲ୍ଲାରୁ ୬୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୭୦ ହଜାର ୫୯୦ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୩୭ ହଜାର ୬୮୧ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୪ ହଜାର ୪୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୨ ହଜାର ୯୪୧ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe