୪ ଜିଲ୍ଲାରେ ଏବେଠୁ ଝୁଲିଲା ତାଲା । ଲାଗୁ ହେଲା ଲକଡାଉନ । ୩୧ ଜୁଲାଇ ଯାଏଁ ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲାରେ ଜାରି ରହିବ ଲକଡାଉନ ।

1,140

କନକ ବ୍ୟୁରୋ: ଲେଉଟିଲା ଲକଡାଉନ । ରାଜ୍ୟରେ ପୁଣି ଲାଗୁହେଲା ଲକଡାଉନ । ୪ ଜିଲ୍ଲାରେ ରାତି ୯ରୁ ଲାଗୁ ହେଲା ଲକଡାଉନ । ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲାରେ ଲକଡାଉନ ପ୍ରକ୍ରିୟା ଜାରି । ଆଜି ରାତିରୁ ଜୁଲାଇ ୩୧ ଯାଏଁ ୪ ଜିଲ୍ଲାରେ ଝୁଲିଲା ତାଲା । ୪ ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ବି ଲକଡାଉନ ଲାଗୁହେଲା ।

ତେବେ ଠିକ ୯ଟାରୁ ତମାମ ୪ ଜିଲ୍ଲାରେ ଏହି ନିୟମ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ବ୍ଲକିଂ କରି ଲୋକଙ୍କୁ ଘରକୁ ପଠାଉଛି । ତେବେ ଏହି ଲକଡାଉନ ସମୟରେ କୌଣସି ଲୋକ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ସେବା ଛଡା ଅନ୍ୟ କାହାକୁ ବାହାରିବା ମନା । ତେବେ ପୂର୍ବ ଲକଡାଉନ ତୁଳନାରେ ଏହି ଲକଡାଉନକୁ କଡାକଡି କରାଯାଇଛି । ଏହି ସମୟରେ ଟ୍ରେସିଂ, ଯାଞ୍ଚ ଆଦି କରାଯିବ ।

ସେପଟେ ଲକଡାଉନ ସମୟରେ ନଜର ପକାନ୍ତୁ କଣ ରହିବ ଖୋଲା, କଣ ରହିବ ବନ୍ଦ ?

ଲକଡାଉନରେ କ’ଣ ଖେଲା ଓ କ’ଣ ବନ୍ଦ ?
– ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ନିର୍ଦ୍ଦିଷ୍ଟ ସମୟ ପାଇଁ ଖେଲା
– ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଏସବୁ ଦୋକାନ
– ଔଷଧ ଦୋକାନ ଓ ପେଟ୍ରୋଲ ଟାଙ୍କି ଖୋଲା ରହିବ
– ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବ
– ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କୁହାଯାଇଛି
– ଅଣ୍ଡା, ମାଛ ଓ ମାଂସର ହୋମ୍ ଡେଲିଭରି କରାଯିବ
– କୃଷି ଓ ମତ୍ସ୍ୟଚାଷ ପୂର୍ବଭଳି ଚାଲୁ ରହିବ

ସଂକ୍ରମଣ ରୋକିବାକୁ ସରକାରଙ୍କ ଏହି ସତର୍କତା, ଛୋଟ ଛୋଟ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି । କାରଣ ଜୀବିକା ଚାଲିଯିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ବ୍ୟବସାୟୀମାନେ ଅଂଟା ସଳଖିଲା ବେଳକୁ ପୁଣି ମାଡି ଆସିଛି ୧୪ ଦିନିଆ ସଂକଟ । ଜୁଲାଇ ୩୧ ଯାଏଁ ୧୪ ଦିନିଆ ଲକଡାଉନକୁ ଭୁବନେଶ୍ୱର-କଟକ ଦୈତନଗରୀରେ କଡାକଡି କରାଯିବ ବୋଲି କହିସାରିଛନ୍ତି ପୋଲିସ କମିଶନର । ଜରୁରୀ କାମ ନଥିଲେ କେହି ବାହାରକୁ ନବାହାରିବାକୁ ତାଗିଦ କରାଯାଇଛି । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନକୁ ଏହି ୪ ଜିଲ୍ଲା ଓ ରାଉରକେଲା ମୁନିସିପାଲିଟିରୁ ହଟାଇ ଦିଆଯାଇଛି । ସେହିଦିନରେ ଲକଡାଉନର ନୂଆ ନିୟମ ରହିବ ।