ଦିନକରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ୫୭୭ ପଜିଟିଭ । ଭୁବନେଶ୍ୱର ଏମ୍ସରେ ୮୦ ପଜିଟିଭ ଚିହ୍ନଟ ହେବା ପରେ ବନ୍ଦ ହେଲା ଓପିଡି । ବୁର୍ଲା ପରେ ସଟଡାଉନ ହେଲା ସମ୍ବଲପୁର

2,573

କନକ ବ୍ୟୁରୋ: ଆଜି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଏମାନଙ୍କ ମଧ୍ୟରୁ ୩ଜଣ ଗର୍ଭବତୀ ରହିଛନ୍ତି । ଏହାସହ ୪ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସେହିପରି କଂଟେନମେଂଟ ଜୋନ ପାଶ୍ୱର୍ବତୀ ଅଂଚଳରୁ ୭ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ତାରିଖ ଆକ୍ରାନ୍ତ
ଜୁଲାଇ ୭ ୫୭୧
ଜୁଲାଇ ୮ ୫୨୭
ଜୁଲାଇ ୯ ୫୭୭

ଲଗାତର ୩ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଡେଉଁଛି । ଆଉ ଗୁରୁବାର ରାଜ୍ୟରେ ନୂଆ ରେକର୍ଡ କରିଛି କରୋନା । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୫୭୭ ଜଣ ଆକ୍ରାନ୍ତ । ଯେଉଁଥିରେ ରହିଛନ୍ତି ଗଂଜାମର ସର୍ବାଧିକ ୨୬୦ ପଜିଟିଭ୍ । ମହାମାରୀ ଭୂତାଣୁ ୪ଜଣଙ୍କ ଜୀବନ ନେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ପହଁଚିଛି ୫୨ରେ ।

୨ ଦିନରେ ୧୧ ଶହ ପଜିଟିଭ୍ । ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ସଂଖ୍ୟା ପହଁଚିଛି ୧୧ ହଜାର ୨୦୧ରେ । ୨ ଦିନରେ ହଜାରେ ଅତିକ୍ରମ କରୁଛି ସଂକ୍ରମିତଙ୍କ ସଂଖ୍ୟା । ୮ ହଜାରରୁ ୯ ହଜାର ହେବାକୁ ୨ ଦିନ, ୯ ହଜାରରୁ ୧୦ ହଜାର ହେବାକୁ ୨ଦିନ ଏବଂ ୧୦ ହଜାରରୁ ୧୧ ହଜାର ହେବାକୁ ୨ ଦିନ ସମୟ ଲାଗିଛି ।

ରାଜ୍ୟର ସବୁଠୁ ଅଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି । ଏଥିସହ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୩୦ ଜଣ ହେଉଛନ୍ତି ଗଂଜାମ ଜିଲ୍ଲାର ।

ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ । ୯ ଡାକ୍ତରଙ୍କ ସମେତ ୮୦ ପଜିଟିଭ । ସଂକ୍ରମିତ ହୋଇଛି ଭୁବନେଶ୍ୱର ଏମ୍ସ । ହସପିଟାଲରେ ଏଯାଏ ୮୦ ଜଣ ଆକ୍ରାନ୍ତ ଚିିହ୍ନଟ ହୋଇସାରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୯ଜଣ ଡାକ୍ତର, ରୋଗୀ ଓ ପାରାମେଡିକାଲ ଷ୍ଟାଫ । ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ ଓପିଡିକୁ ବନ୍ଦ ରଖାଯାଇଛି । ରାଜ୍ୟର ଚିନ୍ତା ବଢାଇଲାଣିି ଜୁଲାଇ ମାସ । ୯ ଦିନ ହେଲା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ସଂଖ୍ୟା ହାରାହାରି ୫ଶହ ରହୁଥିବା ବେଳେ ଗତ ୩ ଦିନ ହେଲା ସଂଖ୍ୟା ୫ଶହ ଟପିଯାଇଛି