କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ଓଡ଼ିଶାରେ ଆଗକୁ ଆସିଲେ ଆଗ୍ରହୀ ସ୍ୱେଚ୍ଛାସେବୀ । ନିଜ ଉପରେ ପରୀକ୍ଷଣ ପାଇଁ କଲେ ଆବେଦନ । ଓଡ଼ିଶାର ସମ୍ ହସ୍ପିଟାଲରେ ମଣିଷ ଉପରେ କରାଯିବ ପ୍ରୟୋଗ । ଡାକ୍ତର କହିଲେ କାମ କରିପାରେ ଭାରତର କରୋନା ଟୀକା

Advertisment
କରୋନା ଟୀକାର ମାନବ ପରୀକ୍ଷଣ ପାଇଁ ଓଡ଼ିଶାରେ ଆଗକୁ ଆସିଲେ ଆଗ୍ରହୀ ସ୍ୱେଚ୍ଛାସେବୀ  । ନିଜ ଉପରେ ପରୀକ୍ଷଣ ପାଇଁ କଲେ ଆବେଦନ  । ଓଡ଼ିଶାର ସମ୍ ହସ୍ପିଟାଲରେ ମଣିଷ ଉପରେ କରାଯିବ ପ୍ରୟୋଗ  । ଡାକ୍ତର କହିଲେ କାମ କରିପାରେ ଭାରତର କରୋନା ଟୀକା

କନକ ବ୍ୟୁରୋ: ଆଶା ବଢ଼ାଇଲା କୋଭାକ୍ସିନ୍ । ସଫଳ ହୋଇପାରେ ଭାରତର କରୋନା ଟିକା । ଭାରତର ୧୨ଟି ସେଂଟରରେ ହେବ କରୋନା ଟିକା ‘କୋଭାକ୍ସିନ୍’ର ହ୍ୟୁମାନ ଟ୍ରାଏଲ । ଭୁବନେଶ୍ୱରର ସମ୍ ହସପିଟାଲରେ ମଧ୍ୟ କରାଯିବ ଟିକା ପରୀକ୍ଷା । ଏହାର ଦାୟିତ୍ୱରେ ଥିବା ଚିଫ୍ ଇନଭେଷ୍ଟିଗେଟର ଡାକ୍ତର ଭେଙ୍କଟ ରାଓ କହିଛନ୍ତି, କେବେ ଟିକା ବ୍ୟବହାର ଉପଯୋଗୀ ହେବ, ବର୍ତମାନ କହିବା ଠିକ୍ ହେବନାହିଁ, ତେବେ ଏହି ଟିକାର କମ୍ପୋଜିସନ୍ ଭଲ ଅଛି, କରୋନା ମୁକାବିଲା ଦିଗରେ କାମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

publive-image

ଭାରତ ବାୟୋଟେକ୍ ଏବଂ ଆଇସିଏମଆରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିର ମିଳିତ ପ୍ରୟାସରେ କୋଭାକ୍ସିନ୍ ନାଁରେ ଟିକା ପ୍ରସ୍ତୁତ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ଆନିମଲ୍ ମଡେଲରେ ସଫଳ ଭାବେ କାମ କରିଛି କୋଭାକ୍ସିନ୍ । ଫଳରେ ଟିକାର ସଫଳତା ନେଇ ଆଶା ବଢ଼ିଯାଇଛି । ହ୍ୟୁମାନ ଟ୍ରାଏଲ ପାଇଁ ଜୁଲାଇ ୭ ତାରିଖ ସୁଦ୍ଧା ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ସ୍ୱେଚ୍ଛାସେବୀ, ଡାକ୍ତରମାନେ ଏହି ପରୀକ୍ଷଣରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇନଥିବେ କିମ୍ବା ଅନ୍ୟ କୌଣସି ରୋଗରେ ପୀଡ଼ିତ ହୋଇନଥିବେ, ସେମାନଙ୍କ ଉପରେ ପ୍ରୟୋଗ କରାଯିବ ଭ୍ୟାକ୍ସିନ୍ ।

କେମିତି ହେବ ଟିକା ପରୀକ୍ଷା ?

ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ସଂପୂର୍ଣ୍ଣ ସୁସ୍ଥ ଥିଲେ ଟିକା ଦିଆଯିବ

୨ ସପ୍ତାହ ଅନ୍ତରରେ ଦୁଇଟି ଡୋଜ୍ ଦିଆଯିବ

୪ ଥର ରକ୍ତ ପରୀକ୍ଷା କରାଯିବ

କରୋନା ମୁକାବିଲା ଶକ୍ତି କିପରି ବୃଦ୍ଧି ପାଉଛି ନିରୀକ୍ଷଣ କରାଯିବ

ତେବେ ଡାକ୍ତରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏହି ପରୀକ୍ଷା ହେବାକୁ ଥିବାରୁ ଭୁବନେଶ୍ୱରର ଆଖପାଖ ଅଂଚଳରେ ଥିବା ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯିବ । ଯଦି ପରୀକ୍ଷଣ ସଫଳ ହୁଏ, ତେବେ କରୋନା ସଂକ୍ରମଣ ରୋକିବାରେ ଏହା ବଡ଼ ଅସ୍ତ୍ର ଭାବେ କାମ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe