କନକ ବ୍ୟୁରୋ: ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ ନିୟମ ଏହାର ଆଜି କଡାକଡି ଯାଂଚ କରାଯାଇଛି । ବିଶେଷ କରି ମାର୍କଟ ବିଲଡିଂ ଅଂଚଳରେ ଖୋଲାଥିବା ଦୋକାନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କୋଭିଡ କଟକଣାକୁ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ, ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁଛି କି ନାହିଁ ଏବଂ ଲୋକେ ମାସ୍କ ପିନ୍ଧିଛନ୍ତି କି ନାହିଁ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି । ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ନିଜେ ଯାଇ ଯାଂଚ ବ୍ୟବସ୍ଥାକୁ ତାଦରଖ କରିଛନ୍ତି ।
ଆଗକୁ ପଢନ୍ତୁ
ତେବେ ଏଥିସହିତ ରାଜଧାନୀର ପ୍ରମୁଖ ଛକମାନଙ୍କରେ ମଧ୍ୟ କୋଭିଡ ନିୟମ ଠିକ ଭାବେ ପାଳନ ହେଉଛି କି ନାହିଁ ସେନେଇ ମଧ୍ୟ ପୋଲିସ ତଦାରଖ କରିଛି । ଯେଉଁମାନେ ଅମାନିଆ ହୋଇଛନ୍ତି, କୋଭିଡ କଟକଣାକୁ ଠିକ ଭାବେ ପାଳନ କରିନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
Comments are closed.