କଟକରେ କେମିତି ବ୍ୟାପିଲା କରୋନା ? ସିଲଭଲ ସିଟିରେ ସଂକ୍ରମଣ ସ୍ଥିତି ନେଇ ସବିଶେଷ ତଥ୍ୟ ଦେଲେ ସିଏମସି କମିଶନର

2,452

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ତେବେ ସିଲଭରସିଟି କଟକରେ କରୋନା ସ୍ଥିତି ନେଇ ଆଜି ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି । ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଓ ସିଏମସି କମିଶନର ଅନନ୍ୟା ଦାସ ମିଳିତ ଭାବେ ସୂଚନା ଦେଇଛନ୍ତି । ସେମାନଙ୍କ କହିବା ମୁତାବକ କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ଅଛି । କଟକରେ ୨୪୮ ପଜିଟିଭରୁ ୯୦ ଜଣ ଆରୋଗ୍ୟ ହେଲେଣି ।

ତେବେ ବର୍ତ୍ତମାନ ୧୫୬ଟି ଆକ୍ଟିଭ କେସ ରହିଛି । କଣ୍ଟାକଟ ଟ୍ରେସିଙ୍ଗ, ଟେଷ୍ଟିଙ୍ଗ ଓ ଟ୍ରାକିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ତେବେ କଟକରେ ସମୁଦାୟ କରୋନା ପଜିଟିଭଙ୍କ ମଧ୍ୟରେ ୧୨୦ ଜଣ କେବଳ ଆଚାର୍ୟ୍ୟ ହରିହର କ୍ୟାନ୍ସର ହସପିଟାଲରୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ ୭୬ଟି ଆକ୍ଟିଭ କେସ ରହିଛି ।

ସେହିପରି ଜଣଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଏସସିବି ମେଡିକାଲ କଲେଜ ଓ ହସପିଟାଲରୁ ଏ ପର୍ଯ୍ୟନ୍ତ ୧୮ଟି ପଜିଟିଭ କେସ ଆସିଥିବାବେଳେ ୧୭ଟି ଆକ୍ଟିଭ କେସ ରହିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏଠାରେ ସୂଚନା ଥାଉ କି ଆଜି କଟକରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯ ଜଣ ସିଏମସି ଅଂଚଳରୁ ଜଣାପଡିଚନ୍ତି । ସେହିପରି ସମୁଦାୟ ୫୮ ଜଣ ସୁସ୍ଥ ହୋଇସାରିଛନ୍ତି ।