ଆସନ୍ତା ଦୁଇ ଦିନ ଭିତରେ ଆହୁରି ବଢ଼ିବ ତାପମାତ୍ରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ପ୍ରଶ୍ନ କରୋନା ପାଇଁ ପ୍ରତିକୂଳ ହେବ କି ଅଧିକ ଗରମ?

758

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଟିଟିଲାଗଡରେ ଆଜି ୪୦ଦଶମିକ ୫ଡିଗ୍ରୀ ସେଲସିୟସ ଥିବାବେଳେ ମାଲକାନଗିରିରେ ୪୦ ଦଶମିକ ୨ , ଭୁବନେଶ୍ୱରରେ ୩୯ ଦଶମିକ ୨, କଟକରେ ୩୯ ଦଶମିକ ୫ ଡିଗ୍ରୀ ସେଲିସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ସବୁଠାରୁ ଗୁରୁତ୍ପୂର୍ଣ୍ଣ କଥା ହେଲା, କରୋନା ସଂକ୍ରମଣ ବଢ଼ୁଥିବାବେଳେ ତାପମାତ୍ରା ବୃଦ୍ଧିର ଖବର ଅନେକଙ୍କୁ ଆଶ୍ୱସ୍ତ କରୁଛି । କେଉଁ ନିର୍ଦ୍ଧିଷ୍ଟ ତାପମାତ୍ରାରେ କରୋନା ଭୂତାଣୁ ନଷ୍ଟ ହୋଇଯାଏ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଏଯାଏ ମିଳିନଥିବାବେଳେ ଅଧିକ ତାପମାତ୍ରା କରୋନା ଲଢ଼େଇ ପାଇଁ ଅନୁକୂଳ ହେବ ବୋଲି ଆଶା କରାଯାଉଛି ।