କନକ ବ୍ୟୁରୋ: କରୋନା ବିରୋଧୀ ଯୁଦ୍ଧରେ ବିଶୋଧନ ଉପରେ ଅଧିକରୁ ଅଧିକ ଜୋର ଦିଆଯାଉଛି । ଏନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯାଉଛି । ଆଜିଠାରୁ ପରୀକ୍ଷାମୂଳକ ଭାବେ ରାଜଧାନୀରେ ୩ଟି ଡ୍ରୋନ୍ ସହାୟତାରେ ବିଶୋଧକ ସିଂଚନ କରାଯାଉଛି । ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ ଏହି ବିଶୋଧକ ସ୍ପ୍ରେ କାମ ଚାଲିବ ।
ସବୁଠାରୁ ବଡ଼ କଥା ହେଲା ଏହି ବିଶୋଧନ ସିଞ୍ଚନ ସମୟରେ ସମ୍ପୃକ୍ତ ଅଂଚଳର ଲୋକମାନେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଭୁବନେଶ୍ୱରର ବସ୍ତି ଗୁଡ଼ିକରେ ଆଜି ଠାରୁ ବିଏମସି ପକ୍ଷରୁ ସ୍ୱାସ୍ଥ୍ୟ ସର୍ଭେ କରାଯିବ । ପ୍ରତି ଅଙ୍ଗନବାଡ଼ି ଅଂଚଳରେ ଥିବା ଘର ଗୁଡ଼ିକୁ ଯାଇ ସ୍ୱତନ୍ତ୍ର ଟିମ୍ ସ୍ୱାସ୍ଥ୍ୟ ସର୍ଭେ କରିବେ ।
ସେପଟେ ସ୍ୱଚ୍ଛତାକୁକୁ ଅସ୍ତ୍ର କରି ସାରା ଓଡ଼ିଶାକୁ ସାନିଟାଇଜ୍ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ସଂକ୍ରମିତ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇ ରସାୟନିକ ବିଶୋଧନ କରାଯାଉଛି ।