ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ, ଟେଷ୍ଟ ବଢୁଥିବାରୁ ବଢୁଛି ସଂକ୍ରମଣ : ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ପ୍ରସ୍ତୁତି କରୁଛି ସ୍ୱାସ୍ଥ୍ୟ ବିଭାଗ

Advertisment
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ, ଟେଷ୍ଟ ବଢୁଥିବାରୁ ବଢୁଛି ସଂକ୍ରମଣ : ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ପ୍ରସ୍ତୁତି କରୁଛି ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଟେଷ୍ଟ ବଢୁଛି ତେଣୁ ସଂକ୍ରମଣ ବଢୁଛି । ଗତ ୨୪ ଘଂଟାରେ ୮ ହଜାର ଉପରେ ସଂକ୍ରମଣ ଚହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢି ଯାଇଛି । ଆଉ ଏତିକି ବେଳେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଟେଷ୍ଟ ପରିଣାମ ବଢିବାରୁ ସଂକ୍ରମଣ ବଢୁଛି ।

ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି କରୁଛି । ଆଗକୁ ଆବଶ୍ୟକତାକୁ ଦେଖି ଡାକ୍ତରଖାନା ଗୁଡିକରେ ବେଡ୍ ସଂଖ୍ୟା ବଢିବ । ଏବେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଚ ଉପରେ ଫୋକସ ରହିଛି । ଆସନ୍ତା ମେ’ ଦ୍ୱିତୀୟ ସପ୍ତାହ ବେଳକୁ ସଂକମଣରେ ଶାନ୍ତ ବାତାବରଣ ଆଶିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe