ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ । ଆଜି ସକାଳେ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସନ୍ଧ୍ୟାରେ ୯୦ ସୁସ୍ଥ ହେଲେ । ୯୭୭ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

1,485

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ୨୩ ଜଣ, ଯାଜପୁରରୁ ୨୨ ଜଣ,ଭଦ୍ରକର ୨୧ ଜଣ ଅଛନ୍ତି ସୁସ୍ଥ ହୋଇଛନ୍ତି ।

ସେହିପରି ଗଂଜାମରୁ ୧୫ ଜଣ, କଟକରୁ ୩ ଜଣ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଓ ନୟାଗଡରୁ ମଧ୍ୟ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି । ତେବେ ନୂଆ ୯୦ ଆକ୍ରାନ୍ତଙ୍କୁ ଲଗାଇ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯୭୭ରେ ପହଞ୍ଚିଲା ।

ତେବେ ଆଜି ସକାଳେ ରାଜ୍ୟରେ ନୂଆ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସୁନ୍ଦରଗଡରୁ ୨, ଭୁବନେଶ୍ୱରରୁ ୨, ପୁରୀରୁ ଜଣେ, ବଲାଙ୍ଗୀରରୁ ୬, ଜଗତସିଂହପୁରରୁ ୧୧, ଝାରସୁଗୁଡାରୁ ଜଣେ, ବାଲେଶ୍ୱରରପ ୩, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୧, କୋରାପୁଟରୁ ଜମେ ଚିହ୍ନଟ ହୋଇଥିଲେ । ବଡ କଥା ହେଉଛି ଲଗାତାର କିଛି ଦିନ ହେବ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥି ଯାହା ଓଡିଶା ପାଇଁ ଭଲ ସଂକେତ ।