କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୭୯ ଜଣ ଆକ୍ରାନ୍ତ । ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ସୁସ୍ଥ ଥିବା ବେଳେ । ଗଞ୍ଜାମ- ୧୧, ଯାଜପୁର- ୫, ବାଲେଶ୍ୱର- ୧୭, କଟକ- ୪, କେନ୍ଦୁଝର- ୩, ଖୋର୍ଦ୍ଧା-୨, ବଲାଙ୍ଗୀର- ୨ ଏବଂ ପୁରୀରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Advertisment

ସେପଟେ ଆଜି ଦିନକରେ ଅର୍ଥାତ ଏଯାଏଁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏକାଥରେ ୭୯ ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ଥିବାରୁ ଏହା ଓଡିଶା ପାଇଁ ନିଶ୍ଚିତ ଆଶ୍ୱସ୍ତିର ଖବର । ତେବେ ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ୟବଢି ଚାଲିଥିବା ବେଳେ ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରୁ ବାହରୁଛି । ଆଉ ଏବେ ୭୯ ଆକ୍ରାନ୍ତ ସୁସ୍ଥ ହେବା ଓଡିଶା ପାଇଁ ଭଲ ସଂକେତ । ତେବେ ଆଜିର ନୂଆ ୭୯ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୮୧୨ରେ ପହଞ୍ଚିଲା ।