ଓଡିଶା ପାଇଁ ଖୁସି ଖବର । ପୁଣି ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ସର୍ବାଧିକ ୬୦ ଜଣ ସୁସ୍ଥ । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨୪୫ରେ ପହଞ୍ଚିଲା

2,107

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୧୯ ଆକ୍ରାନ୍ତ । ରାଜ୍ୟରେ ନୂଆ ୧୧୯ ଜଣ କରୋନାରୁ ଭଲ ହେଲେ । ୧୨ ଜିଲ୍ଲାରୁ ସୁସ୍ଥ ହେଲେ ୧୧୯ ଆକ୍ରାନ୍ତ । ଭଲ କଥା ହେଉଛି କୋଲକାତା ଲିଙ୍କରେ ଯାଜପୁରରେ ଯେଉଁଭଳି ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ଆଜି ସେହି ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଛନ୍ତି ।

ତେବେ ୧୧୯ ସୁସ୍ଥଙ୍କ ମଧ୍ୟରେ ଯାଜପୁର-୬୦, କଟକ- ୧୩, କେନ୍ଦ୍ରାପଡା-୧୨, ଗଜପତି- ୯, ନୟାଗଡ- ୬, ସୁନ୍ଦରଗଡ- ୫, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମ ଏବଂ ବଲାଙ୍ଗୀରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ଜଣେ କରୋନା ଆକ୍ରାନ୍ତ ଭଲ ହୋଇଛନ୍ତି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ନୂଆ ୧୧୯ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା ୧୨୪୫ରେ ପହଞ୍ଚିଛି ।

ସେପଟେ ଆଜି ସର୍ବାଝିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଂଟାରେ ୧୯ ଜିଲ୍ଲାରୁ ସର୍ବାଧିକ ୧୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି । ତେବେ କେନ୍ଦ୍ରାପଡା ଜିଲ୍ଲାରୁ ଆଜି ସର୍ବାଧିକ ୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ, କଟକରୁ ୨୦,ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, କନ୍ଧମାଳରୁ ୯, ଭଦ୍ରକରୁ ୭, ଖୋର୍ଦ୍ଧା, ସୁନ୍ଦରଗଡ, ମୟୂରଭଞ୍ଜ,ବରଗଡ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର , ସମ୍ବଲପୁରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।