ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ସୁନ୍ଦରଗଡରୁ ସର୍ବାଧିକ ୩୦ ସୁସ୍ଥ । ୨୭୦୮ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ସୁନ୍ଦରଗଡରୁ ସର୍ବାଧିକ ୩୦ ସୁସ୍ଥ । ୨୭୦୮ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଏହି ସଂଖ୍ୟାକୁ ମିଶାଇ ସମୁଦାୟ ୨୭୦୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସୁନ୍ଦରଗଡର ୩୦ ଜଣ, ଖୋର୍ଦ୍ଧାର ୨୩ ଜଣ, ଗଞ୍ଜାମର ୧୭ ଜଣ, କଟକର ୧୧ ଜଣ, ମୟୁରଭଞ୍ଜର ୧୦ ଜଣ, ଗଜପତିର ୮ ଜଣ, ବରଗଡ଼ର ୫ ଜଣ, ନୟାଗଡ଼ର ୪ ଜଣ, ବଲାଙ୍ଗିରର ୩ ଜଣ ଥିବାବେଳେ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ ରହିଛନ୍ତି ।

ସେହିପରି ଆଜି ସକାଳେ ରାଜ୍ୟରେ ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଥିଲା । ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୧ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୨୭୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe