କରୋନା ଚେନ୍ ଭାଙ୍ଗିବାକୁ ୪୮ ଘଂଟାର କର୍ଫ୍ୟୁ ଲଗାଇଲେ ସରକାର । ଭୁବନେଶ୍ୱରର କେଉଁ କେଉଁ ଅଞ୍ଚଳ ରହିବ ସଟ୍ ଡାଉନ୍? ପଢ଼ନ୍ତୁ…

1,531

କନକ ବ୍ୟୁରୋ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହାକୁ ସମ୍ପୂର୍ଣ୍ଣ ସଟ୍ଡାଉନ ବୋଲି କହିଛନ୍ତି ସରକାର । ଅର୍ଥାତ୍ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଲାଗି ରହିବ କର୍ଫ୍ୟୁ । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯିବ ।

ତେବେ ଭୁବନେଶ୍ୱରର ଏହି ସବୁ ଅଞ୍ଚଳ ସଟ୍ ଡାଉନ ରହିବ :
୧. ବାସୁଆଘାଇ
୨. ଶିଶୁପାଳ
୩. ଲିଙ୍ଗିପୁର
୪. ରଣସିଂହପୁର
୫. ତମାଣ୍ଡୋ
୬. ମାଳିପଡ଼ା
୭. ଅନ୍ଧାରୁଆ
୮. କଳାରାହାଙ୍ଗ
୯. ରଘୁନାଥପୁର
୧୦. ବରିମୁଣ୍ଡ
୧୧. ଚନ୍ଦକା/ଦାରୁଠେଙ୍ଗ
୧୨. ଧଉଳି
୧୩. ଜାଆଁଳା
୧୪. ଶିଜୁଆ, ବାଳକାଟି
୧୫. ବାଳକାଟି (ପ୍ରତାପଶାସନ)
୧୬. ବାଲିଅନ୍ତା
୧୭. ଜଗନ୍ନାଥପୁର ଜଟଣୀ
୧୮. ପ୍ରଧାନସାହି

ରାଜ୍ୟ ସରକାର ଗତ ମାର୍ଚ୍ଚ ୨୨ ତାରିଖଠାରୁ ଓଡ଼ିଶାରେ ଲକଡାଉନ ଘୋଷଣା କରିଥିଲେ । ସେହିଦିନ କେନ୍ଦ୍ର ସରକାର ସାରା ଭାରତରେ ଜନତା କର୍ଫ୍ୟୁ ଲାଗୁ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଏପ୍ରିଲ ୧୪ ଯାଏଁ ଜାରି ରହିବ ।