କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୪୨ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୧୧ଟି ପଜିଟିଭ୍ କେସ୍ ଆସିଥିବା ବେଳେ ୨୩୧ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି...
Update on newly detected #COVID19 cases in the last
24 hrs under the BMC area on 28th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zxZZHlCiVe— BMC (@bmcbbsr) September 28, 2020
ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଭୟ ଭିତରେ ବି ଆଉ ୩୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧ ହଜାର ୧୯୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩୫୯୫ ରହିଛି । ସେହିଭଳି ୧୭ ହଜାର ୪୯୭ ଜଣ ସୁସ୍ଥ ହୋଇଥିବାବେଳେ ୮୮୬ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।