ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପିକରେ ରହିପାରେ କରୋନା : ଗତଥର ଠାରୁ ଅକ୍ସିଜେନ ଅଧିକ ମହଜୁଦ ଥିବା କହିଲେ ଡିିଏମଇଟି ଡାକ୍ତର

ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ସଂସ୍ଥା ଅଧିକ କରୁଛନ୍ତି ଅଧିକ ଅକ୍ସିଜେନ ଉତ୍ପାଦନ

447

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଅକ୍ସିଜେନ ମଧ୍ୟ ଗତବର୍ଷ ଅପେକ୍ଷା ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହା ସହ ସେ କହିଛି ଓଡ଼ିଶା ଭାଗ୍ୟବାନ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ବେଡ, ଆଇସିୟୁ ମଧ୍ୟ ମପିସେଣ୍ଡ ଥିବା କୁହାଯାଇଛି । ୭୧ଟି କୋଭିଡ ହସ୍ପିଟାଲ ରାଜ୍ୟରେ ଥିବା ବେଳେ ୩୧ଟି ଚାଲିଛି । ୨୬ ପ୍ରତିଶତ ବେଡ, ୧୪ ଦଶମିକ ୧୮ ପ୍ରତିଶତ ଆଇସିୟୁ, ୧୦ ପ୍ରତିଶତ ଭେଟିଂଲେଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।